ବନ୍ୟାରେ ଧୋଇଗଲା କଶିରା-ଡିମିରିଡିହା ରାସ୍ତା: ଯାତାୟତ ଠପ୍
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କଶିରା-ଡିମିରିଡିହା ପ୍ରଧାନମନ୍ତ୍ରୀ ରାସ୍ତା ବନ୍ୟାରେ ଧୋଇ ଯାଇଛି।ଲଗାଣ ବର୍ଷାରେ ରାତ୍ର ସାଢେ ୮ଟା ପାଖାପାଖି ନିକଟରେଥିବା ଛିଟିଙ୍ଗା ନାଳ ଫୁଲି ଉଠିଥିଲା।ପାଖାପାଖି ୧୨ଫୁଟ ଉଚ୍ଚତାରେ ବନ୍ୟାଜଳ ରାସ୍ତା ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି।ଘଣ୍ଟାଘଣ୍ଟା ଧରି ପାଣି ରାସ୍ତା ଉପରେ ଚାଲିବା ଯୋଗୁଁ ବିରାଟ ଗଛ ଉପୁଡି ପଡିବା ସହ ପିଚୁ ରାସ୍ତା ଧୋଇ ଯାଇ ୧୨ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି।ଫଳରେ ପଦ୍ମପୁର ଅଞ୍ଚଳକୁ ଯାତାୟତ ଠପ୍ ହୋଇଛି।କଶିରା,କଶିରାପାଟଣା,ଅମୃତପଡା,ଜଗନ୍ନାଥପୁର ଆଦି ଗ୍ରାମର ହଜାର ହଜାର ଲାେକେ ଯାଆସ କରିନପାରି ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି।କଲଣ୍ତା,ପାଟୁଙ୍ଗ ପଳାସପଙ୍ଗା ଦେଇ ଲୋକେ ଜରୁରୀ କାଳୀନ ଵଜାର ସମେତ ମେଡିକାଲ ଓ ଅନ୍ୟାନ୍ୟ କାମରେ ଯାତାୟତ କରୁଛନ୍ତି।ତୁରନ୍ତ ଜିଲ୍ଲା ପ୍ରଶାସନ ରାସ୍ତା ମରାମତି ଦିଗରେ ପଦକ୍ଷେପ ନେବାକୁ କେଶବ ଚନ୍ଦ୍ର ମହାନ୍ତ,ଚିତ୍ତିରଞ୍ଜନ ମହାନ୍ତ,ଲଛମନ ମାଝୀ,ଜଗେଶ୍ବର ମହାନ୍ତ,ରଞ୍ଜନ ମହାନ୍ତ,ଦେବାଶିଷ ଦେଓ,ସମାଜସେବୀ ଯୁଧିଷ୍ଠିର ମହାନ୍ତ,ବିଦ୍ୟାଧର ମହାନ୍ତ,ଅରୁଣ କୁମାର ମହାନ୍ତ ପ୍ରମୁଖ ଅଞ୍ଚଳବାସୀ ପ୍ରମୁଖ ଦାବି କରିଛନ୍ତି।