କାଶ୍ମୀର ପେହେଲ ଗାଁ ପ୍ରସଙ୍ଗ ପାକିସ୍ଥାନ ମୂର୍ଦ୍ଦାବାଦ୍ ନାରା ଦେଲେ ରାୟଗଡ଼ା ମୁସଲିମ

ରାୟଗଡା,(ଦୁର୍ଗା ପ୍ରସାଦ ପାଢ଼ୀ): ପାକିସ୍ତାନ ମୁର୍ଦ୍ଦାବାଦ, ଏଭଳି ନାରା ଦେଇ ଦୃଢ଼ ନିନ୍ଦା କରିଛି ରାୟଗଡା ସହରରେ ବାସ କରୁଥିବା ସୁନି ସମ୍ପ୍ରଦାୟର ମୁସଲିମ । ଗତ 22 ତାରିଖ ଦିନ କାଶ୍ମୀର ପେହେଲଗାଓଁ ଠାରେ ହିନ୍ଦୁ ଧର୍ମକୁ ଟାର୍ଗେଟ କରି ଯେଉଁଭଳି ହତ୍ୟାକାଣ୍ଡ ରଚାଗଲା ତାହା ଅତି ଅମାନବୀୟ ଘଟଣା ଯାହାକୁ ଆମେ ଖୋଲା ଖୋଲି ଭାବେ ବିରୋଧ କରୁଥିବା ନେଇ ଆଜି ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି । ଆଜି ରାୟଗଡା ସହର ମୁଖ୍ୟ ବଜାର ସ୍ଥିତ ନୁରାନୀ ଜାମିଆ ମସଜିଦ ଠାରେ ସଭାପତି ଶେଖ ଜଲିଲ ଖାନଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଥିଲା । ଆମେ ସବୁ ଭାରତ ମା ର ସନ୍ତାନ। ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ସମସ୍ତେ ଏକ ଭାଇଚାରାରେ ଅଛୁ ରାୟଗଡ଼ାରେ ଆଉ ଆଗକୁ ରହିବୁ। ଆମେ ପହଲଗାଁ ଘଟଣାକୁ ନିନ୍ଦା କରୁଛୁ। ପାକିସ୍ତାନର ଏହିଭଳି ଉଗ୍ରବାଦ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରୁଛୁ। ପୁରୁଷ ପୁରୁଷ ଧରି ଆମେ ଏଠାରେ ରହି ଆସୁଛୁ । ହିନ୍ଦୁ, ଶିଖ, ଈସାଈ, ଖ୍ରୀଷ୍ଟିଆନ ସମସ୍ତଙ୍କ ସୁଖ ଦୁଃଖରେ ଆମେ ସାମିଲ ହେଉ ଏବଂ ସେମାନେ ମଧ୍ୟ ଆମ ପର୍ବ ପର୍ବାଣିରେ ସାମିଲ ହୁଅନ୍ତି । କୁରାନରେ ହିଂସାର କୌଣସି ସ୍ଥାନ ନାହିଁ । ତେଣୁ ପେହେଲଗାଓଁ ଠାରେ ଯେଉଁ ହିଂସାକାଣ୍ଡ ଘଟିଲା ତାହା ବିରୁଦ୍ଧରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ ଏହି ଘଟଣାର ଦୋଷୀଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଅପରପକ୍ଷରେ ଯେଉଁ ଭାଇଚାରା ରହିଛି ଆଗକୁ ମଧ୍ୟ ରହିବ ବୋଲି ଗଣମାଧ୍ୟମକୁ ସୂଚନା ଦିଆଯାଇଛି  ଆଜିର ସାମ୍ବାଦିକ ସମିଳନୀରେ ମସଜିଦର ଉସଭାପତି ସୟଦ ଅଜିଜ, ସମ୍ପାଦକ ଶେଖ ନୂର ବାଶା ଓ ଧର୍ମଗୁରୁ ଆବୁ ଅଲ୍ଲି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ