କେଟି ଗ୍ଲୋବାଲ ଚେସ୍ ପ୍ରତିଯୋଗିତା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ଚେସ୍ ଆସୋସିଏସନ୍ ଓ ଖୋର୍ଦ୍ଧା ବରୁଣେଇ ସ୍ଥିତ କେଟି. ଗ୍ଲୋବାଲ ସ୍କୁଲ ମିଳିତ ସହଯୋଗରେ କେନ୍ଦୁଝର ପ୍ରଭାସ ମଞ୍ଜରୀ ଆଇନ ମହାବିଦ୍ୟାଳୟରେ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ସ୍କୁଲରୁ ୨୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ଆରିନ ଅନ୍ୱେଷ ସ୍ୱାଇଁ ପ୍ରଥମ ସ୍ଥାନ,ରୁଦ୍ରନାରାୟଣ ଜେନା ଦ୍ୱିତୀୟ ସ୍ଥାନ ଓ ପ୍ରୀତିରାଜ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତିଯୋଗୀମାନଙ୍କୁ ପ୍ରଭାସ ମଞ୍ଜରୀ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଧନେଶ୍ୱର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉସôାହିତ କରିବା ସହ ଆର୍ଥିକ ସହାୟତା ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ଚେସ ଖେଳ ଯୋଗୁଁ ପିଲାମାନଙ୍କର ବୁଦ୍ଧିମତା ବୃଦ୍ଧି ହୁଏ ଏବଂ ଏକାଗ୍ରତା ବଢେ ବୋଲି ସେ କହିଥିଲେ । ଫଏ ଅଭିଷେକ ଆଚାର୍ଯ୍ୟ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ସାନ୍ତ୍ୱନାମୂଳକ ଭାବରେ ୧୫ଜଣ ପିଲାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । କେନ୍ଦୁଝର ଜିଲ୍ଲାରେ ଚେସ୍ ଖେଳର ପ୍ରସାର ନିମନ୍ତେ ଜିଲ୍ଲାର ସମସ୍ତ କମିଟି ସଦସ୍ୟ ତଥା ମୁଖ୍ୟ କାର୍ଯ୍ୟ ପରିଚାଳନା ଦାୟିତ୍ୱରେ ଥିବା ଅମର ମହାନ୍ତି ଓ ସହଯୋଗୀ ନିହାର ରଞ୍ଜନ ମିଶ୍ର ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଆଗାମୀ ଦିନରେ ଅଗଷ୍ଟ ୧୫ ତାରିଖ,ବଡଦିନ ଓ ପୂଜା ଛୁଟି ମାନଙ୍କରେ କେନ୍ଦୁଝର ଜିଲ୍ଲାର ପ୍ରତ୍ୟେକ ଉପଖଣ୍ଡରେ ଓ ବ୍ଲକସ୍ତରରେ ଚେସ୍ ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି କେଟି. ଗ୍ଲୋବାଲ ସ୍କୁଲର ଇତି ପ୍ରଧାନ,ଅନୁସ୍ମିତା କାରକ ପ୍ରକାଶ କରିଛନ୍ତି ।