କେନ୍ଦ୍ରାପଡା ଜିଲ୍ଲା କିଷାନ କଂଗ୍ରେସ ସେଲ କର୍ମକର୍ତ୍ତାଙ୍କ ନାମ ଘୋଷଣା

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା କିଷାନ କଂଗ୍ରେସ ସେଲ ଅଧ୍ୟକ୍ଷ ଜୟଦେବ ପରିଡା ଜିଲ୍ଲା କିଷାନ କଂଗ୍ରେସ ସେଲର କର୍ମକର୍ତ୍ତା ଓ ଜିଲ୍ଲାର ୯ଟି ବ୍ଲକ ଏବଂ କେନ୍ଦ୍ରାପଡା ନଗର କିଷାନ କଂଗ୍ରେସ ସେଲ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି କିଷାନ ସେଲ ଅଧ୍ୟକ୍ଷ ଅଭୟ ସାହୁଙ୍କ ଅନୁମୋଦନ କ୍ରମେ ଜିଲ୍ଲା କିଷାନ କଂଗ୍ରେସ ସେଲ ଅଧ୍ୟକ୍ଷ ଶ୍ରୀ ପରିଡାଙ୍କ ଘୋଷଣା ଅନୁଯାୟୀ ଜିଲ୍ଲା କିଷାନ ସେଲର ଉପାଧ୍ୟକ୍ଷ ଭାବେ ମଳୟ କୁମାର ଦାସ, ବିଜୟ କୁମାର ସାମଲ, ପ୍ରମୋଦ କୁମାର ସ୍ୱାଇଁ, ଜ୍ୟୋତିରଞ୍ଜନ ସେଠୀ, ମହେନ୍ଦ୍ର କୁମାର ମଲ୍ଲିକ ଓ ବାସନ୍ତୀ ସାହୁଙ୍କୁ ଚୟନ କରାଯାଇଛି। ସେହିଭଳି ଜିଲ୍ଲା କିଷାନ ସେଲର ସାଧାରଣ ସମ୍ପାଦକ ଭାବେ ସୁଶାନ୍ତ କୁମାର ପରିଡା, ପ୍ରମୋଦ କୁମାର ରାଉତ, ପ୍ରଦୀପ୍ତ ସାହୁ, ରଞ୍ଜନ ପାଲ ଓ ସନ୍ତପ କୁମାର ସ୍ୱାଇଁଙ୍କୁ ଚୟନ କରାଯାଇଥିବା ବେଳେ ସମ୍ପାଦକ ଭାବେ ସନ୍ତୋଷ କୁମାର ମଲ୍ଲିକ, ହୃଷିକେଶ ନାୟକ, ଉପେନ୍ଦ୍ର ଚକ୍ରବର୍ତ୍ତୀ, ଆଳୟ କୁମାର ନାୟକ, ସୁଦାମ କୁମାର ଲେଙ୍କା ଓ ସୁଭାଶିଷ ରାଉତରାୟଙ୍କୁ ଚୟନ କରାଯାଇଛି। ଏଥିସହିତ ଆଳି ବ୍ଲକ କିଷାନ କଂଗ୍ରେସ ସେଲ ଅଧ୍ୟକ୍ଷ ଭାବେ କପିଳ ମଲ୍ଲିକ, ରାଜକନିକା ବ୍ଲକ ଅଧ୍ୟକ୍ଷ ଭାବେ ରଞ୍ଜନ କୁମାର ସେଠୀ, ରାଜନଗର ବ୍ଲକ ଅଧ୍ୟକ୍ଷ ଭାବେ ହେମନ୍ତ କୁମାର ମିଶ୍ର, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ଭାବେ ସୁବାସ ଚନ୍ଦ୍ର ମଲ୍ଲିକ, କେନ୍ଦ୍ରାପଡା ନଗର ଅଧ୍ୟକ୍ଷ ଭାବେ ଗୋଲଖ ଚନ୍ଦ୍ର ପଢିଆରୀ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଭାବେ ଜିତେନ୍ଦ୍ରନାଥ ଜେନା, ମହାକାଳପଡା ବ୍ଲକ ଅଧ୍ୟକ୍ଷ ଭାବେ ଉଦୟ କୁମାର ରାଉତ, ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷ ଭାବେ ପ୍ରଦିପ କୁମାର ସାହୁ, ଗରଦପୁର ବ୍ଲକ ଅଧ୍ୟକ୍ଷ ଭାବେ ସୁଦାମ କୁମାର ବାରିକ ଓ ଡେରାବିଶ ବ୍ଲକ ଅଧ୍ୟକ୍ଷ ଭାବେ ହରିହର ଜେନାଙ୍କୁ ଚୟନ କରାଯାଇଥିବା ଜିଲ୍ଲା କିଷାନ କଂଗ୍ରେସ ସେଲ ଅଧ୍ୟକ୍ଷ ଶ୍ରୀ ପରିଡା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ