କେନ୍ଦ୍ରାପଡା ଝିଅ ଆରାଧ୍ୟା ଝାରସୁଗୁଡା ଜିଲ୍ଲାରେ ପ୍ରଥମ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଝିଅ ଆରାଧ୍ୟା ମହାନ୍ତି ଝାରସୁଗୁଡା ଜିଲ୍ଲାରେ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତାରେ ପ୍ରଥମ ହୋଇ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ପୁରସ୍କୃତ ହୋଇଛନ୍ତି। ଝାରସୁଗୁଡା ଜିଲ୍ଲାପାଳ କୁଶାଲ ହ୍ୱୋଣ ମୁଖ୍ୟଅତିଥି ଭାବେ ଯୋଗଦେଇ ଆରାଧ୍ୟାଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରିଛନ୍ତି। ଆରାଧ୍ୟା ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମୃଗନୟନୀ ଗ୍ରାମର ଅବସରପ୍ରାପ୍ତ ଓ.ଏଫ.ଏସ. ସ୍ୱର୍ଗତ କୃପାସିନ୍ଧୁ ମହାନ୍ତିଙ୍କ ନାତୁଣୀ। ମେଧାବୀ ଛାତ୍ରୀ ଆରାଧ୍ୟା ଇବଥର୍ମାଲ ବନହରପାଲୀ ସ୍ଥିତ ଓଡିଶା ପାୱାର ଜେନେରେସନ କରପୋରେସନରେ ଜେନେରାଲ ମ୍ୟାନେଜର ପ୍ରଦୀପ୍ତ କୁମାର ମହାନ୍ତି ଓ ବିଶିଷ୍ଟ ସଂଗୀତକାର ସୁଶ୍ମୀତା ମହାନ୍ତିଙ୍କ ସୁପୁତ୍ରୀ ହୋଇଥିବା ବେଳେ ଭୁବନେଶ୍ୱରର ବିଶିଷ୍ଟ ଟ୍ୟାକ୍ସ କନସଲଟାଣ୍ଟ ଦିପ୍ତୀରାଣି ମହାନ୍ତିଙ୍କ ଝିଆରୀ ଅଟନ୍ତି। ଆରାଧ୍ୟା ଥର୍ମାଲ ଡିଏଭି ପବ୍ଲିକ ସ୍କୁଲର ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ସେ ସର୍ବଦା ଶ୍ରେଣୀରେ ପ୍ରଥମ ହୋଇଥାନ୍ତି। ଏଥିସହିତ ଆରାଧ୍ୟା ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହୋଇଆସୁଛନ୍ତି।


