ସଲିମ ଖାନ୍‌ଙ୍କ ମାତୃ ବିୟୋଗରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ବିଜେପି ସଂଖ୍ୟାଲଘୁ ନେତା ସଲିମ ଖାନ୍‌ଙ୍କ ମାତୃ ବିୟୋଗ ଘଟିଥିବାରୁ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବାକୁ କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ଫକିରାବାଦ ସ୍ଥିତ ସଲିମ ଖାନ୍‌ଙ୍କ ବାସ ଭବନରେ ଆସି ପହଞ୍ଚିଥିଲେ। ସାଂସଦ ଶ୍ରୀ ପଣ୍ଡା ଶୋକ ସନ୍ତପ୍ତ ପରିବାରର ସଦସ୍ୟମାନଙ୍କୁ ଭେଟି ଏହି ବିପଦ ସମୟରେ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ପଣ୍ଡା କହିଥିଲେ ଯେ ସ୍ୱର୍ଗତା ସୁରମନ ବିବି ଜଣେ ସମାଜସେବୀ ଥିଲେ। ସେ ତାଙ୍କ ଜୀବନରେ ଅନେକ ସାମାଜିକ କାର୍ଯ୍ୟ କରିଯାଇଥିବାରୁ ତାଙ୍କ ଅବଦାନ ସମଗ୍ର କେନ୍ଦ୍ରାପଡ଼ା ସହରର ଲୋକଙ୍କ ପାଇଁ ସ୍ମରଣୀୟ ହୋଇ ରହିବେ। ଏଭଳି ଜଣେ ମହିୟସୀ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ ମର୍ମାହତ ବୋଲି ସାଂସଦ କହିଥିଲେ। ଏହି ଅବସରରେ ସାଂସଦ ଶ୍ରୀ ପଣ୍ଡାଙ୍କ ସହ ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ବିଜେପି ଜିଲା ସଭାପତି ଶଶାଙ୍କ ଶେଖର ସେଠୀ, ସଞ୍ଜୟ ରଥଙ୍କ ସମେତ ଅନ୍ୟ ଦଳୀୟ ନେତାମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ