କେନ୍ଦ୍ରାପଡା ଅର୍ବାନବ୍ୟାଙ୍କ ପକ୍ଷରୁ କର୍କଟ ପିଡିତଙ୍କୁ ସହାୟତା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଅର୍ବାନକୋପରେଟିଭ ବ୍ୟାଙ୍କ ପକ୍ଷରୁ କର୍କଟ ରୋଗରେ ପିଡିତ ଜଣେ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବ୍ୟାଙ୍କ ପରିଚାଳନା ମଣ୍ଡଳୀ ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏହି ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଞ୍ଚାୟତର କଷୋଟି ଗ୍ରାମର ସ୍ୱର୍ଗତ କୃଷ୍ଣ ମଲିକଙ୍କ ପୁଅ କୁଶ ମଲିକ କର୍କଟ ରୋଗରେ ପିଡିତ ହୋଇ ଚିକିତ୍ସାଧିନ ଅଛନ୍ତି। ତାଙ୍କୁ ଚିକିତ୍ସା ସହାୟତା ପାଇଁ ଅର୍ବାନ ବ୍ୟାଙ୍କର ମୁଖ୍ୟନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ପଣ୍ଡା ବ୍ୟାଙ୍କ ପକ୍ଷରୁ ୫ହଜାର ଟଙ୍କାର ଆର୍ଥିକ ସହାୟତାର ଚେକ ପ୍ରଦାନ କରିଥିଲେ। ଏହି ସହାୟତା ପ୍ରଦାନ ସମୟରେ ବ୍ୟାଙ୍କର ଜେନେରାଲ ମ୍ୟାନେଜର ସୁରେଶ ଚନ୍ଦ୍ର ପରିଡା, ମ୍ୟାନେଜର(ଅର୍ଡିଟ) ଲଲାଟେନ୍ଦୁକେଶରୀ ଦାସ, ରିଲେସନସିପ ଅଧିକାରୀ ଭଞ୍ଜକିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ।


