କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ସ୍ୱନକ୍ଷତ୍ର ଦିବସ

କେନ୍ଦ୍ରାପଡା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ୩୯ତମ ସ୍ୱନକ୍ଷତ୍ର ଦିବସ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ଦିବଂଗତ ଭାଗବାତ ପ୍ରସାଦ ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣପୂର୍ବକ ସମବାୟର ଆଦ୍ୟ ପ୍ରବର୍ତ୍ତକ ଉତ୍କଳ ଗୈାରବ ମଧୁସୁଦନ ଦାସଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାଗ୍ୟଲକ୍ଷ୍ମୀ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବ୍ୟାଙ୍କ ସଭାପତି ଗୁରୁପ୍ରସାଦ ମହାନ୍ତି ସଭାରେ ସଭାପତିତ୍ୱ କରି ବିଭିନ୍ନ ଆର୍ଥିକ ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ। ଦିବଂଗତ ବ୍ୟାଙ୍କ ପ୍ରତିଷ୍ଠାତା ସଦସ୍ୟ/ସଦସ୍ୟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ୟାଙ୍କ ଆଜି ଏକ ମହାଦ୍ରୁମରେ ପରିଣତ ହୋଇଥିବା କହିଥିଲେ । ଇତି ମଧ୍ୟ୍ୟରେ ବ୍ୟାଙ୍କରେ ସାଫ୍ କଟକଣା ହଟିଯାଇଥିବାରୁ ବ୍ୟାଙ୍କର କାର୍ଯ୍ୟକାରି ପରିସୀମା ବ୍ୟାଙ୍କର ଶାଖା ସମ୍ପ୍ରସାରଣ, ଅଶୀଂଦାର ମାନଙ୍କୁ ଲାଭାଂଶ ବଣ୍ଟନ, ପୁଞ୍ଜିବିନିଯୋଗ, କଟକଣା ହ୍ରାସ ଇତ୍ୟାଦି ବହୁ ପ୍ରତିବନ୍ଧକ ହଟିଯାଇ ଆଗାମୀ ଦିନରେ ଜିଲ୍ଲାରେ ୪ଟି ଶାଖା ଖୋଲିବା ବୋଲି ପ୍ରକାଶ କରିଥିଲେ। ଏହି ବ୍ୟାଙ୍କକୁ ରିଜର୍ଭବ୍ୟାଙ୍କ ଦ୍ୱାରା ଆର୍ଥିକଭାବେ ସୁଦୃଢ ଓ ଉତ୍ତମ ପରିଚାଳିତ ବ୍ୟାଙ୍କ ଭାବେ ପରିଗଣିତ କରାଯାଇଛି ବୋଲି ସୂଚନା ପାଇବା ପରେ ସଭାରେ ଆନନ୍ଦ ପ୍ରକାଶ ପାଇଥିଲା । ଦ୍ୱିତୀୟରେ ଏହି ବ୍ୟାଙ୍କକୁ ଭାରତ ସରକାରଙ୍କ ଦ୍ୱାରା ଅମ୍ବ୍ରେଲା ଅରଗାନାଇଜେସନ ଭାବେ ଦେଶରେ ବିଭିନ୍ନ ଅର୍ବାନ ବ୍ୟାଙ୍କ ମାନଙ୍କ ଦ୍ୱାରା ସଫ୍ଟୱେୟାର ସିଲେକ୍ସନ ପାଇଁ ଦେଶର ୧୪ ଗୋଟି ପ୍ରମୁଖ ବ୍ୟାଙ୍କ ଚୟନ କରାଯାଇଥିବା ବେଳେ ସେଥିରେ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ସ୍ଥାନିତ ହୋଇଥିବାରୁ ସଭାରେ ସଭାପତି ଓ ପରିଚାଳନା ପରିଷଦ ସଦସ୍ୟମାନଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା । ବ୍ୟାଙ୍କର ନେଟ୍‌, ଏନ୍‌ପିଏ ଶୁନ ପ୍ରତିଶତ ଓ ଗ୍ରସ୍ ଏନ୍‌ପିଏ ୧୧ ପ୍ରତିଶତରେ ଥିବା ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ଏହି ଆର୍ଥିକ ବର୍ଷ ଶେଷ ସୁଧା ଏହାକୁ ୭ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତି ନିଆଯାଇଥିବା ସେ ପ୍ରକାଶ କରିଥିଲେ । ବ୍ୟାଙ୍କର ପୁଞ୍ଜି ପର୍ଯ୍ୟାପ୍ତ ପରିମାଣ ଅର୍ତାତ ୧୨ ପ୍ରତିଶତରେ ପହଞ୍ଚିଥିବା ସଭାପତି ପ୍ରକାଶ କରିଥିଲେ । ଏହି ସଭାରେ ବ୍ୟାଙ୍କ ପ୍ରତିଷ୍ଠାତା ପରିଷଦ ସଦସ୍ୟ ଡା. ବିଶ୍ୱପ୍ରକାଶ କାନୁଗୋ, ଆକବର ଅଲ୍ଲୀ, ବର୍ତ୍ତମାନ ପରିଚାଳନା ପରିଷଦ ସଦସ୍ୟ ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ, ପ୍ରାକ୍ତନ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶୀଲ କୁମାର ସାମଲ, କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସରୋଜକାନ୍ତ ସାହୁ, ଶିକ୍ଷାବିତ୍ ନନ୍ଦ କିଶୋର ପରିଡା, ମନୋଜ କୁମାର ସାହୁ, ପ୍ରଦୀପ କୁମାର ମହାନ୍ତି, ବରୋଦା ବ୍ୟାଙ୍କ ପରିଚାଳକ, ପ୍ରାକ୍ତନ ନିର୍ଦ୍ଦେଶକ ଶରତ କୁମାର ବେହୁରାମ ପ୍ରମୁଖ ବ୍ୟାଙ୍କର ସର୍ବାଙ୍ଗୀନ ଉନ୍ନତି କାମନା କରିବା ସହ ବ୍ୟାଙ୍କର ଏତାଦୃଶ କାର୍ଯ୍ୟପାଇଁ ଭୂୟସୀ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ବ୍ୟାଙ୍କକୁ ଆଗେଇ ନେବାପାଇଁ ସୁଚିନ୍ତିତ ପରାମର୍ଶ ଦେଇଥିଲେ। ପରିଶେଷରେ ବ୍ୟାଙ୍କ ଉପସଭାନେତ୍ରୀ ଅପର୍ଣ୍ଣା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କ ପରିଚାଳନା ପରିଷଦ ସଦସ୍ୟ ପ୍ରଫୁଲ କୁମାର ସାହୁ, ବିଧୁଭୂଷଣ ମହାପାତ୍ର, ରଶ୍ମିରଞ୍ଜନ ଚୈଧୁରୀ, ମହେନ୍ଦ୍ର କୁମାର ପରିଡା, ନବଜ୍ୟୋତି ରାୟ ପ୍ରମୁଖ ଉପସ୍ଥିତ ଥିଲେ । ବ୍ୟାଙ୍କ କର୍ମଚାରୀ ରାଜୀବ ଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡା, ଶଶାଙ୍କ ଶେଖର ଲେଙ୍କା, ଆଦିତ୍ୟ ଶତପଥୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ