ବଡରମ୍ପାସ ଠାରେ ଅଖିମୁଠି ଅନୁକୂଳ କଲେ କେନ୍ଦୁଝର ସାଂସଦ

ହାଟଡିହି (ବିକାଶ ବିଶ୍ବାଳ): ଆଜି ହେଉଛି ଅକ୍ଷୟ ତୃତୀୟା। ଚାଷୀଙ୍କ ବଡ ପର୍ବ। ହିନ୍ଦୁ ପରମ୍ପରା ଅନୁସାରେ ଆଜି ଠାରୁ ଚାଷୀଙ୍କ ଚାଷ କାର୍ଯ୍ଯ ଆରମ୍ଭ ହୁଏ। ସେହି ପରମ୍ପରା କୁ ବଜାୟ ରଖି ଆଜି କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ବଡରମ୍ପାସ୍ ଠାରେ ଆୟୋଜିତ ହୋଇଯାଇଛି ଅକ୍ଷୟ ତୃତୀୟ ଉତ୍ସବ। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଖିମୁଠି ଅନୁକୂଳ କରିଥିଲେ। ପ୍ରାରମ୍ଭରେ ଶୁଭ କଳସ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯିବା ପରେ ହଳ ଲଙ୍ଗଳ କୁ ବନ୍ଦାପନା କରାଯାଇ ଆଖିମୁଠି ଅନୁକୂଳ କରିଥିଲେ।  ଏହି କାର୍ଯ୍ୟକ୍ରମରେ ହାଟଡିହି ବ୍ଲକର ବିଡିଓ ରଞ୍ଜନ କୁମାର ପରିଡ଼ା, ବିଜେପି ନେତା ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାସିନି, ଯୁଧିଷ୍ଠିର ମଲ୍ଲିକ, ନିତ୍ୟାନନ୍ଦ ପହି, ସୁଶାନ୍ତ ଜେନା, ଶଶିକାନ୍ତ ରାଉତ, ଶାନ୍ତନୁ ଖୁଣ୍ଟିଆ, ଗୋପାଳ କୃଷ୍ଣ ସେନାପତି, ଭୀମସେନ ପେରେଇ, ରୁଦ୍ର ପ୍ରସାଦ ଜେନା, ମିନତୀ ମହାପାତ୍ର, ତୃପ୍ଟିମୟୀ ଜେନା, ଦିପ୍ତିମାୟୀ ଖୁଣ୍ଟିଆ, ସଂଜୟ ସାହୁ, ଚନ୍ଦ୍ରମଣି ମାଝୀ, ପୁର୍ଣ୍ଣଚନ୍ଦ୍ର ମାଝୀଙ୍କ ସମେତ ଅନେକ ବିଜେପି କର୍ମକର୍ତା ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ଗ୍ରାମରୁ ଆସିଥିବା ଚାଷୀ ନାରାୟଣ ଜେନା, ଅଭିମନ୍ୟୁ ନାୟକ, ପୁର୍ଣ୍ଣଚନ୍ଦ୍ର ବାରିକ, କୃଷ୍ଣ ବାରିକ, ଅନାଥ ଜେନା, ନୀଳମଣି ଜେନା, ହିମାଂଶୁ ଭୁଷଣ ଖୁଣ୍ଟିଆ, ଅଧର ବେହେରା, ଶତ୍ରୁଘ୍ନ ଖୁଣ୍ଟିଆ, ଶୁକଦେବ ରାଉତ, ଅଭିରାମ ଜେନା, ଶରତ ଜେନା, ସୁଶାନ୍ତ ସେନାପତି ପ୍ରମୁଖ ସଫଳ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ