ବିଦ୍ୟାଳୟରେ ଖଡ଼ିଛୁଆଁ ଉତ୍ସବ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-ରାଜ୍ୟ ସରକାର ଙ୍କ ପକ୍ଷରୁ ଚଳିତ ବର୍ଷ ନୂତନ ଶିକ୍ଷାନୀତି ଆରମ୍ଭ ହୋଇଛି। ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ଅନୁଯାୟୀ, ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ। ସରକାରୀ ବିଦ୍ୟାଳୟରେ ନାମ ଲେଖାଇବାକୁ ଶିଶୁ ବାଟିକାରେ କୁନି କୁନି ପିଲାମାନଙ୍କୁ ପୂର୍ବରୁ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବନ୍ତିଲୋ ସ୍ଥିତ ପିଏମ୍ ଶ୍ରୀ ଜଗନ୍ନାଥ ନୋଡାଲ ଉପ୍ରା ବିଦ୍ୟାଳୟ  ରେ ପ୍ରଧାନଶିକ୍ଷକ ନାରାୟଣ ପରିଡା ଙ୍କ ସମେତ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷାଅଧିକାରୀ ପ୍ରିୟଦର୍ଶି ବିଶ୍ୱାଳ, ସାଧନ ସଂଯୋଜକ ଦୁର୍ଯ୍ୟୋଧନ ନାୟକ ସହ ସରକାରୀ ରାଇକଣା ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ବାବୁରାମ ବେହେରା ପ୍ରମୁଖ ଉପସ୍ଥିତ ରହି ଶିଶୁ ବାଟିକାରେ କୁନି ପିଲାମାନେ ସ୍କୁଲ ଆସିବାକୁ ସ୍ୱାଗତ କରିଛନ୍ତି। ନୂଆ କରି ପାଠ ପଢା ଆରମ୍ଭ କରୁଥିବା ପିଲା ମାନଙ୍କ ପାଈଁ ଆଜି ଠାରୁ ଶିଶୁ ବାଟିକା ବ୍ୟବସ୍ଥାକୁ ସ୍ୱାଗତ କରିବା ଶହ ବିଦ୍ୟାଳୟରେ ଉପସ୍ଥିତ ରହି କୁନି ପିଲାଙ୍କ ହାତ କୁ ଧରି ଖଡ଼ିଛୁଆଁଇଛନ୍ତି। ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ‘ପ୍ରବେଶ ଉତ୍ସବ ‘ଏବଂ ଖଡ଼ି ଛୁଆଁ ‘କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି ବୋଲି ମତ ଦେଇଥିଲେ।। ଯାହାକି ସେମାନଙ୍କ ନାମ ଲେଖା ଓ ସ୍କୁଲରେ ପ୍ରଥମ ଦିନକୁ ସ୍ମରଣୀୟ କରିବ।ପିଲାଙ୍କୁ ସର୍ବୋତ୍ତମ ଓ ଗୁଣାତ୍ମକ ଶିକ୍ଷାଦାନ ପାଈଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ। ଶିଶୁ ବାଟିକାରେ ଭିତ୍ତି ଉପରେ ନୂଆ ପିଢ଼ିର ଭବିଷ୍ୟତ ଗଠନ କରି ପିଲାମାନଙ୍କୁ ସଶକ୍ତ, ଆଧୁନିକ ଏବଂ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବ ବୋଲି ଅତିଥି ମତ ଦେଇଥିଲେ।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ରେ ୧୦୪ଟି ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକବିଦ୍ୟାଳୟ ରେ ଏହି ଖଡ଼ିଛୁଆଁ କାର୍ଯ୍ୟକ୍ରମ ହୋଇଛି। ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀକାନ୍ତ ସ୍ୱାଇଁ ବିଭିନ୍ନ ବିଦ୍ୟାଳୟ ବୁଲି ତଦାରଖ କରିବା ଶହ ଶିଶୁ ବାଟିକାରେ ନାମ ଲେଖାଇଥିବା ପିଲା ମାନଙ୍କୁ ଖଡ଼ି ଛୁଆଁଇବା ଶହ ପିଲା ମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରିଥିଲେ। ଶିଶୁ ବାଟିକାରେ ପିଲାଙ୍କୁ କିଭଳି ଭାବେ ଗୁଣାତ୍ମକ ପାଠ ପଢାଯିବ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଯେଉଁ ମାନଙ୍କ ବୟସ  ସେପ୍ଟେମ୍ବର ୧ସୁଦ୍ଧା ୫ବର୍ଷରୁ ଉର୍ଦ୍ଧ ସେମାନେ ଶିଶୁ ବାଟିକା ଓ ୬ବର୍ଷରୁ ଉର୍ଦ୍ଧ ସେମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ