ଖାରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ
ଆସିକା (ୱାଇଏନ୍ଏସ୍) :ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଖାରିଆ କ୍ଳଷ୍ଟରର ଖାରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଖାରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସୁଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ସାରଙ୍ଗଧର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ସମାଜସେବୀ ସଙ୍ଗୀତ୍ କୁମାର ପାଢୀ, ବିଜୟ କୁମାର ସ୍ୱାଇଁ, ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୁରଲିଧର ପ୍ରଧାନ, ସମାଜସେବୀ ଭଗବାନ ସାହୁ, ଖାରିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସାହୁ ଓ ସମିତିସଭ୍ୟା ସୌଦିମିନୀ ନାହାକ, ଖାରିଆ ଗ୍ରାମ୍ୟ କମିଟି ସଭାପତି ସୁଦାମ ଚରଣ ପ୍ରଧାନ, ଘଟକୁରୀ ଗ୍ରାମ୍ୟ କମିଟି ସଭାପତି ବିପିନ୍ ବିହାରୀ ଲେଙ୍କା, ପଣ୍ଡା କଲୋନୀ ଗ୍ରାମ୍ୟ କମିଟି ସଭାପତି କ୍ଷମାସାଗର ମହାପାତ୍ର ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀମାନେ ନିଜର ଲକ୍ଷ୍ୟ ସ୍ଥିର କରି ତାହାକୁ ପୂରଣ କରିବା ପାଇଁ ଗଭୀର ଆତ୍ମବିଶ୍ୱାସ ଓ ନିଷ୍ଠାର ସହ ଉଦ୍ୟମ ଜାରି ରଖିବାକୁ ଆହ୍ୱାନ କରିବା ସହ ଭଲ ପାଠ ପଢି ଭଲ ମଣିଷ ହୋଇ ଶିକ୍ଷାନୁଷ୍ଠାନର ଗର୍ବ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସାଙ୍ଗକୁ ନିଜ ପିତାମାତା ଓ ଗୁରୁଙ୍କ ସ୍ୱପ୍ନକୁ ସାକାର କରିବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଖାରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅବସରରେ ଶିକ୍ଷାନୁଷ୍ଠାନର ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଥାଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରାୟ ୯୪ ଜଣ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷା, ସାମାଜିକ ଓ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପ୍ରଦର୍ଶନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶିକ୍ଷକ କେ.ସିମାଞ୍ଚଳ ଆଚାରୀଙ୍କ ନିର୍ଦ୍ଦେଶନାରେ ପରିବେଶିତ କ୍ଷୁଦ୍ର ସାମାଜିକ ନାଟକ “ବାପା ହୋଇ ମୁଁ ଭୂଲ କରିଛି”ଉପସ୍ଥିତ ସଚେତନ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଭିଭାବକଙ୍କୁ ବିମୋହିତ କରି ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଖାରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ବହୁ ଅଭିଭାବକ, ସଚେତନ ନାଗରିକ, ଅଞ୍ଚଳବାସୀ ଉପସ୍ଥିତ ଥିବା ବେଳେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ସାରଙ୍ଗଧର ଦାଶ, ସହକାରୀ ଶିକ୍ଷୟିତ୍ରୀ ଅଳକା ନାଇକ, ସୁମିତ୍ରା ରେଡି, ସୁଶାନ୍ତ କୁମାର ପଟ୍ଟନାୟକ, ବରୁଣ କୁମାର ବେହେରା, ନିରଜାରାଣୀ ପାଢୀ, କେ.ସିମାଂଚଳ ଆଚାରୀ, ନିବେଦିତା ଜେନା, ଶରତ ଚନ୍ଦ୍ର ଲେଙ୍କା, ସୁନିଲ୍ ପ୍ରଧାନ, ଜାନକୀ ରାଉତଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା।


