ଖେମୁଣ୍ଡି କଲେଜର ବାର୍ଷିକୋତ୍ସବ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡଙ୍ଗୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ରାଜ୍ୟ ସଂସ୍କୃତି ବିଭାଗର ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ଡ . କୃଷ୍ଣଚନ୍ଦ୍ର ନିଶଙ୍କ ମୁଖ୍ୟବକ୍ତା ରୂପେ ଯୋଗଦାନ  ଅଭିଭାଷଣ ପ୍ରଦାନ କରିଥିଲେ ।  ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ  ପ୍ରହଲ୍ଲାଦ ନାଟକ ର ନୃତ୍ୟଗୁରୁ ସିମାଞ୍ଚଳ ପାତ୍ର , କଲେଜ ପରିଚାଳନା କମିଟିର ପୂର୍ବତନ ସଭାପତି ଡ. ସନ୍ଧ୍ୟା ରାଣୀ ଦାସ , ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷା ଡ . ପ୍ରଣତି ପାତ୍ର , ଅବସରପ୍ରାପ୍ତ ଅଧ୍ୟାପିକା ଡ଼. ହରପ୍ରିୟା ପଟ୍ଟନାୟକ , ଅବସରପ୍ରାପ୍ତ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ , ପ୍ରାଧ୍ୟାପକ ଡ଼. ଅଜିତ କୁମାର ପାଣିଗ୍ରାହୀ ,  ଡ. କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀ ଛାତ୍ର ମାନେ ଭଲ ପାଠ ପଢିବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରି କଲେଜର ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟାପିକା ଡ. ନିର୍ମଳା ମହାନ୍ତି ସ୍ବାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀ ଛାତ୍ର ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।କଲେଜର ସମସ୍ତ ଅଧ୍ୟାପିକା,ଅଧ୍ୟାପକ ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ ।ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡି ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ