ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ଦୁଇଦିନ ବ୍ଯାପି ଚାଲିଥିବା ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ ହୋଇଯାଇଛି । ସ୍ଥାନୀୟ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ତରଫରୁ ଆୟୋଜିତ ଏହି ମହୋତ୍ସବର ଉଦଯାପନୀ କାର୍ଯ୍ୟକ୍ରମ ରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଚିକିଟି ବିଧାୟକ ମନୋରଞ୍ଜନ ଦ୍ଯାନ ସାମନ୍ତରା, ବଡଖେମୁଣ୍ଡି ରାଜପୁତ୍ର ଶ୍ରୀଧର ଦେବ, ଦିଗପହଣ୍ଡି ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ ପଣ୍ଡା, ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଉପାଧ୍ଯକ୍ଷା ପ୍ରତିନିଧି କେ. କୁନା, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରାକ୍ତନ ଉପ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଶଙ୍କ ,ଗଣମାଧ୍ୟମ ପ୍ରତିନିଧି ପ୍ରକାଶ ପଟ୍ଟନାୟକ, କାଉନସିଲର ଦୀପକ କୁମାର ମିଶ୍ର, ସୁନିଲ କୁମାର ପଣ୍ଡା, ନୀଳମାଧବ ଗୌଡ, ଜ୍ଯୋତ୍ସ୍ନା ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଲୋକ ସେବା ପରିଷଦ ସମ୍ପାଦକ କୁରେଶୁ ପଣ୍ଡା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଚିତ୍ର ବର୍ଣାଳୀ ନାଟ୍ୟ ସଂସଦ ସମ୍ପାଦକ ଆଲୋକ ବିଷୋୟୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଅତିଥି ବୃନ୍ଦ ବର୍ତ୍ତମାନ ପରିସ୍ଥିତିରେ ପ୍ରହଲ୍ଲାଦ ନାଟକ ଭଳି ପ୍ରାଚୀନ ସାଂସ୍କୃତିକ ନୃତ୍ୟ ନାଟିକା ଗୁଡ଼ିକର ପରିବେଷଣ ଶୈଳୀରେ ମୌଳିକତା ରକ୍ଷା , ହଜି ଯାଉଥିବା ପୁରାତନ ସଂସ୍କୃତି ଓ ଲୋକକଳାକୁ ବଜାୟ ରଖିବା ସମ୍ପର୍କରେ ମତପ୍ରକାଶ କରିଥିଲେ। ଏହି ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଲୋକନୃତ୍ୟ କଳାକାର ମାନେ ଢୁମ୍ପା ସଙ୍ଗୀତ , ଦାଶ କାଠିଆ , ଚଢ଼େୟା ନୃତ୍ୟ , ଗୋଟିପୁଅ ନୃତ୍ୟ , ଓଡ଼ିଶୀ , ଯୋଡିଶଙ୍ଖ , କାଠପାଦ ରଣପା , ମହିଳାଙ୍କ ପାଇକ ଆଖଡ଼ା , ଜୀବନ୍ତ କଣ୍ଢେଇ ନୃତ୍ୟ ପରିବେଷଣ କରିଥିଲେ । ମହୋତ୍ସବର ପ୍ରଥମ ଦିବସରେ ପ୍ରହଲ୍ଲାଦ ନାଟକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ ମନ୍ମଥ କୁମାର ଶତପଥୀ , ଆକାଶବାଣୀ ଏବଂ ଦୂରଦର୍ଶନର ପ୍ରାକ୍ତନ ନିର୍ଦ୍ଦେଶକ ଡ. ଶାନ୍ତନୁ କୁମାର ରଥ , ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରାକ୍ତନ ଉପ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଶଙ୍କ, ସମଦୃଷ୍ଟି ପତ୍ରିକାର କାର୍ଯ୍ୟନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁ , ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରାକ୍ତନ ଉପ ନିର୍ଦ୍ଦେଶକ ପ୍ରଫୁଲ୍ଲ ସାମନ୍ତରା, ଗଞ୍ଜାମ ଜିଲା କଳା ସଂସ୍କୃତି ସଂଘର ଉପସଭାପତି ସନ୍ତୋଷ କୁମାର ପାଢ଼ୀ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୁରୁ ଏସ୍. ସିମାଞ୍ଚଳ ପାତ୍ର , ପ୍ରହଲ୍ଲାଦ ନାଟକ ଗୁରୁ ଗୋକୁଳାନନ୍ଦ ପ୍ରଧାନ , ଜନାର୍ଦ୍ଦନ ପ୍ରଧାନ , ଗୋକୁଳ ବାଡତ୍ଯା , କାହ୍ନୁଚରଣ ଷଡ଼ଙ୍ଗୀ , ଏ . ରାଜେନ୍ଦ୍ର ପାତ୍ର , ବୃନ୍ଦାବନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ର ପ୍ରାକ୍ତନ ଅଧ୍ୟକ୍ଷ ତଥା ସିନେ କଳାକାର କୁନା ତ୍ରିପାଠୀ,ହାସ୍ୟ ଅଭିନେତା ହରିହର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଦର୍ଶକଙ୍କ ମନମୋହିଥିଲେ।