ଖେଲୋ ଇଣ୍ଡିଆ ଅନ୍ତର୍ଗତ ଖୋଖୋ କେନ୍ଦ୍ର ଉଦଘାଟିତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ନିଶା ଗଡ଼ିଆସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଖୋ-ଖୋ ପ୍ରଶିକ୍ଷଣ କେନ୍ଦ୍ରକୁ ମାନ୍ୟବର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଭାସୀ ମାଧ୍ୟମରେ ଉଦଘାଟନକରିଛନ୍ତିଏହିଅବସରରେଜିଲ୍ଲାକାର୍ଯ୍ୟାଳୟଠାରେ ଆଭାସୀ ମାଧ୍ୟମରେ ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରିହା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସରୋଜ କୁମାର ମଲ୍ଲିକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରବୀର କୁମାର ଦେଓ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାମ୍ବର ମହାକୁଡ, ଖେଳ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେଜ, ଜିତେନ୍ଦ୍ର ମହାକୁଡ଼, ଖୋ ଖୋ ପ୍ରଶିକ୍ଷକ କାଳିଦାସ ସୋରେନ, ବିଦ୍ୟାଳୟର ଖୋ ଖୋ ଖେଳାଳି ଛାତ୍ରୀ ଗଣ ଓ ଅନ୍ୟ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।