ଉଦ୍ଭିଦ ବିଜ୍ଞାନରେ ଟପ୍ପର ହେଲେ ଖୁସିରାଣୀ
ବେତନଟୀ ( ଉଦିତ କୁମାର ପରିଡା ) : ମୟୂରଭଞ୍ଜ ଜିଲ୍ଲା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟର କଳା ବାଣିଜ୍ୟ ଓ ବିଜ୍ଞାନ ବିଭାଗର ସ୍ନାତକ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନରେ ପ୍ରକାଶ ପାଇଛି। ବେତନଟୀ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ଛାତ୍ରୀ ଖୁସିରାଣୀ ସାହୁ ସର୍ବାଧିକ ନମ୍ବର ରଖି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଥିବା ନେଇ ମହାବିଦ୍ୟାଳୟ କର୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ସମସ୍ତ କଲେଜର ହଜର ହଜାର ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ବେତନଟୀ କଲେଜର ଛାତ୍ରୀ ଖୁସିରାଣୀ ସାହୁ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଛନ୍ତି। ଖୁସିରାଣୀ ସାହୁ ଡିଷ୍ଟିଙ୍ଗସନରେ କୃତିତ୍ୱଲାଭ କରିଥିବା ବେଳେ ମୋଟ ଶତକଡା ୮୮. ୫୭% ନମ୍ବର ରଖି ସଫଳତା ହାସଲ କରିବା ସହିତ ବେତନଟୀ କଲେଜ ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି। ଖୁସି ରାଣୀଙ୍କ ଏହି ସଫଳତାର ଶ୍ରେୟ ନିଜ ପରିବାର ତଥା ପିତା ଧୁଲେଶ୍ୱର ସାହୁ, ମାତା ସୁମତି ବେହେରା ଓ କଲେଜର ପ୍ରଧ୍ୟାପକ ଓ ପ୍ରଧ୍ୟାପିକାଙ୍କୁ ଦେଇଛନ୍ତି। ଏହା ବେତନଟୀ କଲେଜ ପାଇଁ ଏକ ଗର୍ବର ବିଷୟ ଏଣୁ ବେତନଟୀ କଲେଜ ଅଧ୍ୟକ୍ଷ ମନରଞ୍ଜନ ମହାନ୍ତ, ବେତନଟୀ କଲେଜ ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଦେବୀଦତ୍ତ ପଣ୍ଡା, ପ୍ରଧ୍ୟାପିକା ମଧୁଛନ୍ଦା ପାଲ, ପ୍ରାଧ୍ୟାପକ ଅଭିଷେକ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଖୁସି ରାଣୀଙ୍କ ଉଜ୍ଜଳ ଭବିଷ୍ୟର କାମନା ପୂର୍ବକ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।