କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ କ୍ୱାଟର ଫାଇନାଲ

ବନ୍ତ(ଚାନ୍ଦିନୀ ମହାନ୍ତି) : ଓଡିଶା କ୍ରିକେଟ ଆସୋସିଏସନ ଓ ଭଦ୍ରକ ଜିଲା କ୍ରିକେଟ ଆସୋସିଏସନର ମିଳିତ ସହଯୋଗରେ ଶାନ୍ତି ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ବ୍ଲକ ସ୍ତରୀୟ ଷ୍ଟାଡିୟମ ଠାରେ ରବିବାର ଠାରୁ ଆରମ୍ଭ ହୋଇଥିବା ୨୪ତମ ସର୍ବ ଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ (ବନ୍ତ କପ୍ -୨୦୨୬)ର ଆଜି(ସୋମବାର) ପୁଲ୍‌-‘ଏ’ର ୨ୟ ମ୍ୟାଚ୍ ବିଶ୍ୱ ଭାରତୀ କ୍ରିକେଟ କ୍ଲବ କଟକ ଓ ଇଷ୍ଟ କୋଷ୍ଟ ରେଲୱେ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଟସ୍ ଜିତିି ବିଶ୍ୱ ଭାରତୀ କ୍ରିକେଟ କ୍ଲବ କଟକ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରୁ ୧୯.୧ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୦୦ ରନ୍ କରିଥିଲା । ଦଳ ପକ୍ଷରୁ ସମ୍ବିତ ସାହୁ ସର୍ବାଧିକ ୨୯ ରନ କରିଥିଲେ । ପ୍ରତିପକ୍ଷ ଦଳର ବୋଲର ସେକ୍ ସହିଦ ୪ ଓଭରରେ ୫ ରନ ଦେଇ ୪ ଉଇକେଟ ନେଇଥିଲେ । ଜବାବରେ ଇଷ୍ଟ କୋଷ୍ଟ ରେଲୱେ ଭଦ୍ରକ ୧୧ ଓଭରରେ ୩ ଉଇକେଟ ହରାଇ ୧୦୧ ରନ୍ କରି ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି । ଦଳ ପକ୍ଷରୁ ସୂର୍ଯ୍ୟ ମହାପାତ୍ର ସର୍ବାଧିକ ୪୩ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ବିଶ୍ୱ ଭାରତୀ କ୍ରିକେଟ କ୍ଲବ କଟକର ପ୍ରଶାନ୍ତ ସାହୁ ୨ ଉଇକେଟ ନେଇଥିଲେ । ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ଇଷ୍ଟ କୋଷ୍ଟ ରେଲୱେ ଭଦ୍ରକର ସେକ୍‌୍ ସହିଦଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ଆଜିର ମ୍ୟାଚକୁ ମାନସ ବେହୁରିଆ, ଶାନ୍ତନୁ ରାଉତ, ଶଶୀ ଭୂଷଣ ମିଶ୍ର ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ସଞ୍ଜୟ କୁମାର ମଜୁମଦାର, ସୁକାନ୍ତ କୁମାର ବେହେରା, ଆଶିଷ ଚକ୍ରବର୍ତ୍ତୀ, ସ୍କୋରର ଭାବେ ଜ୍ୟୋତି ରଞ୍ଜନ ଜେନା, ପଞ୍ଚାନନ ନାୟକ, ହୃଷିକେଶ ପରିଡା ଦାୟୀତ୍ୱ ତୁଲାଇଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ହାଟଡିହୀ ବ୍ଲକ ରମ୍ପାସ ସେବା ସମବାୟ ସମିତିର ସଭାପତି ନିରଞ୍ଜନ ସାହୁ ଅତିଥି ଭାବେ ଯୋଗ ଦେଇ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ସାଇସତ୍ୟ ନାୟକ, ଶ୍ରୀକାନ୍ତ ବିଶ୍ୱାଳ, ଜଗନ୍ନାଥ ବିଶ୍ୱାଳ, ସତ୍ୟବ୍ରତ ବିଶ୍ୱାଳ, ହାର୍ଦ୍ଧିକ୍ କାଣ୍ଡି, ସୌମ୍ୟଜିତ୍ ସାହୁ, ଅରୁଣ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ମଙ୍ଗଳବାର ୩ୟ ଦିନ ପୁଲ୍‌-‘ବିି’ର ପ୍ରଥମ ମ୍ୟାଚ୍ ଇଷ୍ଟ କୋଷ୍ଟ ରେଲୱେ ୱାଲଟିଆର, ବିଶାଖାପାଟ୍‌ନମ୍ ସହିତ ବିସିସିସି ପୋଲିସ ଲାଇନ ବୋକାରୋ ଝାଡଖଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟିର ସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ ଓ ସମ୍ପାଦକ ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ