କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ତ କପ୍‌ର ୪ର୍ଥ କ୍ୱାଟର

ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡିଶା କ୍ରିକେଟ ଆସୋସିଏସନ ଓ ଭଦ୍ରକ ଜିଲା କ୍ରିକେଟ ଆସୋସିଏସନର ମିଳିତ ସହଯୋଗରେ ଶାନ୍ତି ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ବ୍ଲକ ସ୍ତରୀୟ ଷ୍ଟାଡିୟମ ଠାରେ ରବିବାର ଠାରୁ ଆରମ୍ଭ ହୋଇଥିବା ୨୪ତମ ସର୍ବ ଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ (ବନ୍ତ କପ୍ -୨୦୨୬)ର ଆଜି(ବୁଧବାର) ପୁଲ୍‌-‘ବି’ର ୨ୟ ମ୍ୟାଚ୍ ୟୁନିୟନ ସ୍ପୋଟିଂ କଟକ ସହିତ ପ୍ରୋଗ୍ରେସିଭ କ୍ଲବ ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଟସ୍ ଜିତିି ୟୁନିୟନ ସ୍ପୋଟିଂ କଟକ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରୁ ୧୭.୨ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୦୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଅଧିନାୟକ ସର୍ବେଶ୍ୱର ମହାନ୍ତି୨୨ ବଲରେ ୪୩ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ପ୍ରୋଗ୍ରେସିଭ ଝାରସୁଗୁଡାର ବୋଲର ସୁଭମ ସିଂ ୩.୨ ଓଭରରେ ୧୦ ରନ୍ ଦେଇ ୪ ଉଇକେଟ ନେଇଥିଲେ । ଜବାବରେ ପ୍ରୋଗ୍ରେସିଭ କ୍ଲବ ଝାରସୁଗୁଡା ୧୬.୧ ଓଭରରେ ୪ ଉଇକେଟ ହରାଇ ୧୧୧ ରନ୍ କରି ସେମି ଫାଇନାଲକୁ ପ୍ରବେଶ କରିଛି । ଦଳ ପକ୍ଷରୁ ପିୟୁଷ ଯାଦବ ୩୪ ବଲରେ ୪୬ ଓ ଏମ୍‌.ଏସ ଅର୍‌ମାନ୍ ୪୯ ବଲରେ ୪୬ ରନ୍ କରି ଅପରାଜିତ ରହିଥିଲେ । ପ୍ରତିପକ୍ଷ ଦଳ ୟୁନିୟନ ସ୍ପୋଟିଂ କଟକର ବୋଲର ଗଣେଶ କୁମାର ୪ ଓଭରରେ ୧୩ ରନ ଦେଇ ୨ ଉଇକେଟ ନେଇଥିଲେ । ପ୍ଲେୟାର ଅଫ ଦି ମ୍ୟାଚ୍ ଭାବେ ପ୍ରୋଗ୍ରେସିଭ ଝାରସୁଗୁଡାର ଖେଳାଳୀ ସୁଭମ୍ ସିଂଙ୍କୁ କେନ୍ଦୁଆପଦା ସରପଞ୍ଚ ଇଂ.ପ୍ରମୋଦ କୁମାର ଜେନା ଏବଂ ବିସିସିଆଇର ପ୍ରଶିକ୍ଷକ ପୂର୍ଣ୍ଣେନ୍ଦୁ ଜେନା ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍‌କୁ ଲଲାଟ କେଶରୀ ନନ୍ଦ, ଶାନ୍ତନୁ ରାଉତ, ସଞ୍ଜୟ ନାୟକ ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ସଞ୍ଜୟ କୁମାର ମଜୁମଦାର, ସାଇସତ୍ୟ ନାୟକ, ରତ୍ନାକର ଜେନା ସ୍କୋରର ଭାବେ ଜ୍ୟୋତି ରଞ୍ଜନ ଜେନା, ଗୁରୁଦେବ ସେଠୀ, ସାଇ ପ୍ରସାଦ ସାହୁ ଦାୟୀତ୍ୱ ତୁଲାଇଥିଲେ । ଗୁରବାର ପ୍ରଥମ ସେମିଫାଇନାଲ ମ୍ୟାଚ୍ ରାଇଜିଂ ଷ୍ଟୁଡେଣ୍ଟ କଟକ ଓ ଇଷ୍ଟ କୋଷ୍ଟ ରେଲୱେ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟିର ବରିଷ୍ଠ ସଦସ୍ୟ ସୁଦର୍ଶନ ବେହେରା, ହୃଷିକେଶ ପରିଡା, ଲିପୁନ ବିଶ୍ୱାଳ, କାହ୍ନା ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ