କିଶୋର ରଥଙ୍କୁ ମିଳିଲା ଓଡ଼ିଶା ଗୌରବ ସମ୍ମାନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଅନ୍ତର୍ଜାତୀୟ ମାଷ୍ଟର ଆଥଲେଟ୍‌ କିଶୋରଚନ୍ଦ୍ର ରଥଙ୍କୁ ଓଡିଶା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିବା ସୂଚନା ମିଳିଛି. ଭୁବନେଶ୍ଵର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ସମ୍ବର୍ଧନା ସଭାରେ ଶ୍ରୀ ରଥଙ୍କୁ ୱାର୍ଲଡ ଚାରିଟି ୱେଲଫେର୍ ଫାଉଣ୍ଡେସନ୍ ତରଫରୁ ଓଡ଼ିଶା ଗୌରବ ସମ୍ମାନ ଆୱାର୍ଡରେ ସମ୍ମାନୀତ କରାଯାଇଛି।  ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ସ୍ଥାନରେ ସଫଳତା ହାସଲ କରି ଦେଶ ଓ ରାଜ୍ୟକୁ ଗୌରବାନ୍ବିତ କରିଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମଞ୍ଚାସୀନ ଅତିଥ୍‌ ଶ୍ରୀ ରଥଙ୍କ ଖେଳପ୍ରତି ଥିବା ନିଷ୍ଠା ଓ ପରିଶ୍ରମକୁ ପ୍ରଶଂସା କରିଥିଲେ। ଶ୍ରୀ ରଥଙ୍କୁ ଏଭଳି ସମ୍ବଦ୍ଧନା କରାଯାଇଥିବାରୁ ଗଜପତି ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ