ଚଣ୍ଡିଗଡ଼ରେ ଅନୁଷ୍ଠିତ ଖେଲୋ ମାଷ୍ଟର୍ସ ଗେମରେ କିଶୋର ରଥଙ୍କ ସଫଳତା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): କିଶୋର ଚନ୍ଦ୍ର ରଥ ଚଣ୍ଡିଗଡ ଠାରେ ଅନୁଷ୍ଠିତ ଖେଲୋ ମାଷ୍ଟର୍ସ ଗେମରେ ସଫଳତା ଅର୍ଜନ କରି ସମଗ୍ର ଓଡିଶା ପାଇଁ ଗର୍ବ ଓ ଗୌରବର କାରଣ ହୋଇପାରିଛନ୍ତି, ଚଣ୍ଡିଗଡ଼ ଠାରେ ୫ମ୍ ଖେଲୋ ମାଷ୍ଟର୍ସ ଗେମ୍ ଉଦଯାପିତ ହୋଇଯାଇଛି। ଏଥିରେ ଦେଶର 999Г ଜଣ ମାଷ୍ଟର୍ସ ଖେଳାଳି ଭାଗ ନେଇଥିବା ବେଳେ ଓଡ଼ିଶାରୁ ୧୬ ଜଣ ଅଂଶଗ୍ରହଣ କରିଥିଲେ I ତନ୍ମଧ୍ୟରୁ ଗଜପତିର କିଶୋର ଚନ୍ଦ୍ର ରଥ ୧୦୦ ମିଟର ଦୌଡରେ ଦ୍ଵିତୀୟ ସ୍ଥାନ ଅଧିକାର କରି ରୌପ୍ୟ ଏବଂ ଟ୍ରିପଲ ଜମ୍ପରେ ତୃତୀୟ ସ୍ଥାନହାସଲ କରି କାଂସ୍ୟ ପଦକ ହାସଲ କରିଥିବା ସୂଚନା ମିଳିଛି | ଶ୍ରୀ ରଥ ଗେମ୍‌ରେ କେବଳ ପଦକ ହାସଲ କରି ଜାପାନରେ ହେବାକୁ ଥିବା ୱାର୍ଲଡ ମାଷ୍ଟର୍ସ ଗେମ୍ସରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ରଥଙ୍କ ଏଭଳି କୃତୀତ୍ବ ଯୋଗୁଁ ସାରା ଓଡିଶାରୁ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ