କିଶୋରୀ ସୁଭଦ୍ରା ଦିବସ
ହାଟଡିହି,(ପାର୍ଥ ସୌରଭ ସା): ହାଟଡିହି ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରକଳ୍ପ ସ୍ତରୀୟ କିଶୋରୀ ସୁଭଦ୍ରା ଦିବସ ପାଳିତ ହୋଇଯାଇଛି। ଶିଶୁ ବିକାଶ ଅଧୂକାରିଣୀ ଉମାମଣି ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକର ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସୁପର ଭାଇଜର ଜ୍ୟୋତ୍ସ୍ନାମୟୀ ଜେନା, ପ୍ରଭାସିନୀ ଜେନା, ନିରୂପମା ରାଉତ, କନକଲତା ଦାସ, ଶକୁନ୍ତଳା ମହାନ୍ତି, ପୁଷ୍ପାଞ୍ଜଳି ଜେନା, ରେଣୁବାଳା ଜେନା ପ୍ରମୁଖ ଯୋଗଦେଇ କିଶୋରୀ ସୁଭଦ୍ରା ଦିବସ ପାଳନ ର ମହତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ ଗ୍ରାମରୁ ଆସିଥିବା କିଶୋରୀମାନଙ୍କ ଦ୍ୱାରା ନୃତ୍ୟ ସଂଗୀତ ପୁଚିଖେଳ, ମଡେଲିଂ , ରଜ ମୁକୁଟ ପ୍ରସ୍ତୁତି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ କୃତି କିଶୋରୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ | କାର୍ଯ୍ୟକ୍ରମକୁ ଶିଶୁବିକାଶ ବିଭାଗର ଏସ ଆର ଏ ଗୋଲେଖ ବିହାରୀ ସାହୁ, କର୍ମଚାରୀ କ୍ଷେତ୍ର ମୋହନ କିସ୍କୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଅନେକ ସ୍ବୟଂ ସହାୟିକା ମହିଳାମାନେ ମଧ୍ଯ ଯୋଗ ଦେଇଥିଲେ I