ଛେନାପଦି ପଞ୍ଚୁଗୋଛିଆ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି: ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ହାଟଡିହି (ପାର୍ଥ ସୌରଭ ସା): ଛେନାପଦି ପଞ୍ଚୁଗୋଛିଆ ରାସ୍ତାର ସାହାନନ୍ଦପୂର ଓ ପଞ୍ଚୁଗୋଛିଆ ଗାଁ ନିକଟରେ ଆଣ୍ଠୁଏ ଉଚ୍ଚର ପାଣି ରହିବା ଦ୍ଵାରା ୧୪ଟି ଗ୍ରାମର ଲୋକମାନେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତା ଉପରେ ପଞ୍ଚୁଗୋଛିଆ, ବରଡି, ତରଭା, ବରେଶ୍ୱର, ଟିକରା, ସାହାନନ୍ଦପୂର୍ ଗ୍ରାମର ଲୋକମାନେ ନିର୍ଭର କରୁଥିବା ବେଳେ ସମଗ୍ର ପଞ୍ଚାୟତର ୧୪ଟି ଗ୍ରାମର ଲୋକମାନେ ଏହି ରାସ୍ତା ଦେଇ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି। ରାସ୍ତାର ଏପରି ଅଵସ୍ଥା ଯୋଗୁଁ ଛାତ୍ରଛାତ୍ରୀ ମାନେ ସ୍କୁଲ ଯିବାରେ ହିନସ୍ଥା ହେଉଛନ୍ତି। ଏପରିକି ଗତ କିଛିଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାରୁ ୩ଫୁଟ ଉଚ୍ଚର ପାଣି ରହୁଥିବାରୁ ଅଙ୍ଗନବାଡି ଛୁଆ ମାନେ ଓ ପ୍ରଥମ ଦ୍ବିତୀୟ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ସ୍କୁଲ ଯାଇପାରୁ ନାହାନ୍ତି। ରାସ୍ତାର ଡ୍ରେନ ଗୁଡ଼ିକ ପୋତିହୋଇ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଏପରି ଅବସ୍ଥା ହୋଇଛି। ଦୀର୍ଘଦିନ ପର୍ଯ୍ୟନ୍ତ ପାଣି ଜମି ରହୁଥିବାରୁ ବିଭିନ୍ନ ସଂକ୍ରାମକ ରୋଗର ଆଶଙ୍କା ସୃଷ୍ଟି ହୋଇଛି। ତିନିବର୍ଷ ହେଲା ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ବି ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ତୁପକ୍ଷ ଦୃଷ୍ଟି ଦେଉ ନଥିବା ସୁକାନ୍ତ ରାଉତ, ସୁମନ୍ତ କୁମାର ଦାସ, ମାନସ କୁମାର ଓଝା, ନିରଞ୍ଜନ ଦ୍ବିବେଦୀ, ଅଭୟ କୁମାର ଓଝା, ଫକିର ଜେନା, ସୁକାନ୍ତ କୁମାର ରାଉତ, ଅଜୟ ବିଶ୍ଵାଳ, ଶଶିକାନ୍ତ ପଣ୍ଡା, ବିଶ୍ୱଜିତ୍ ଦାସ, ବନମାଳି ଦଳେଇ, ଦୁର୍ଯ୍ୟୋଧନ ବରାଳ, ଅରୁପନନ୍ଦ ସେଠୀ, ରାଜୀବ କୁମାର ଦାସ,  ଅଭିଯୋଗ କରିଛନ୍ତି। ଜିଲ୍ଳା ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ