ସରସ୍ବତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା
ଆରଡ଼ି , ( ଆଲୋକ ଚନ୍ଦ୍ର ନାୟକ) : ଶିକ୍ଷା ବିକାଶ ସମିତି ଯୋଜନା ତରଫରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡିସ୍ଥିତ ଆଖଣ୍ଡଳମଣି ସରସ୍ବତୀ ଶିଶୁ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ପହଣା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିଲ୍ଲୀପ ଶେଖର ନାୟକ ମୁଖ୍ୟ ଅତିଥି ଜାଗୁଳାଇ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ ସମ୍ମାନିତ ଅତିଥି ଭାବେ ଏବଂ ବାତୋଳ ବିଏସଏସ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପଙ୍କଜ କୁମାର ସାହୁ, ସୁନ୍ଦରପୁର ଦଧିବାମନ ଜୀଉ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଅଶୋକ କୁମାର ବେହେରା ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ବିଜ୍ଞାନର ଉପକାରିତା ସମ୍ପର୍କରେ ସମସ୍ତେ ଉଦବୋଧନ ଦେଇଥିଲେ । ଶିଶୁ ମନ୍ଦିର ସମ୍ପାଦକ ସ୍ବାଧୀନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ୬୦ ରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ପ୍ରଧାନ ଗୁରୁଜୀ ବିଭୁତି ଭୂଷଣ ବିଶ୍ବାଳ, ନିରଞ୍ଜନ ସାହୁ, ଗୁରୁମା’ ଗାୟତ୍ରୀ ସାହୁ, ନିବେଦିତା ବେହେରା, ସମାପିକା ନାୟକ, ସୁଚରିତା ନାୟକ ପ୍ରମୁଖ ଉପସ୍ଥିତ ରହି ଜ୍ଞାନ ବିଜ୍ଞାନ ମେଳାକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ ।


