କୋଣାର୍କ ଏନଏସି ପକ୍ଷରୁ ନିଖିଳ ଭାରତ ସ୍ବାୟତ ଶାସନ ଦିବସ ପାଳିତ

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ଏନଏସି ପକ୍ଷରୁ ନିଖିଳ ଭାରତ ସ୍ବାୟତ ଶାସନ ଦିବସ ପାଳିତ ହୋଇଯାଇଛି। ସକାଳ ସମୟରେ କୋଣାର୍କ ଏନଏସି ଅଧିନସ୍ଥ ଶୋଭନୀୟ ଶିକ୍ଷାକେନ୍ଦ୍ରର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଭାତଫେରୀରେ ରାମଧୂନ ଗାନ କରାଯାଇଥିଲା। କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ସମେତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ସମେତ ପରିଷଦର ସଦସ୍ଯ ସଦସ୍ୟା ମାନେ ଚନ୍ଦ୍ରଭାଗା ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଅର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ପରେ ପରେ କାର୍ଯ୍ୟାଳୟ ଠାରେ ମୁଖ୍ୟ ଅତିଥି ଓ କୋଣାର୍କ ଏନଏସି ଅଧ୍ୟକ୍ଷା ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଜାତୀୟ ସଂଗୀତ ଗାନ କରାଯାଇଥିଲା। କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡକ୍ଟର ବିଭୂ ପ୍ରସାଦ ତରାଇ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ। କୋଣାର୍କ ଏନଏସିକୁ ସରସ ସୁନ୍ଦର ଓ ସମୃଦ୍ଧ ଏନଏସି ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟ ଅତିଥି ସାଂସଦ ଡଃ ତରାଇ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଯୋଗଦେଇ ଏନଏସିର ସାମଗ୍ରିକ ବିକାଶ ଓ ଜନକଲ୍ୟାଣକାରୀ ଯୋଜନା ଗୁଡିକର ସଫଳ ରୂପାୟନ ଉପରେ ସେ ଗୁରୁତ୍ଵାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ, ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି ଓ ଏନଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟଙ୍କ ସମେତ ପରିଷଦର ନିର୍ବାଚିତ କାଉନସିଲର ମାନେ ଯୋଗଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ କୋଣାର୍କ ଏନଏସି ଅଧିନସ୍ଥ ଜୁଣେଇ ଠାରେ ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ଏନଏସି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସମେତ କାଉନସିଲର ମାନଙ୍କ ସମେତ ଏନଏସି କର୍ମଚାରୀ ମାନେ ଯୋଗଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ପରିଷଦର ସଫେଇ କର୍ମଚାରୀ ଓ କାର୍ଯ୍ୟରତ ଚତୁର୍ଥ କର୍ମଚାରୀ ମାନଙ୍କୁ ମୁଖ୍ୟ ଅତିଥି ତଥା ଜଗତସିଂହପୁର ସାଂସଦ ଡକ୍ଟର ବିଭୂ ପ୍ରସାଦ ତରାଇ ଓ ବିଧାୟକ ତୁଷାରକାନ୍ତି ବେହେରା ସେମାନଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରମାଣ ପତ୍ର ସହ ପୋଷାକ ବିତରଣ କରିଥିଲେ। କୋଣାର୍କ ଏନଏସି କାର୍ଯ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏନଏସି କର୍ତୃପକ୍ଷଙ୍କ ପକ୍ଷରୁ ଫଳ ବଣ୍ଟନ କରାଯାଇଥିଲା ।ଶେଷରେ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ