ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ କୋଣାର୍କ ପଥ ଉତ୍ସବ ହେବ ମାଧ୍ୟମ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା): ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଏନଏସି କଲ୍ୟାଣୀ ମଣ୍ଡପ ଠାରେ ପର୍ଯ୍ୟଟନ ଶିଳ୍ପର ଦ୍ରୂତ ଅଭିବୃଦ୍ଧି ଓ ଆଂଚଳିକ ପ୍ରଗତି ପାଇଁ କୋଣାର୍କ ପଥ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ପଥ ଉତ୍ସବର ଅଧ୍ୟକ୍ଷ ଅଶୋକ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଥ ଉତ୍ସବର ସାମୁହିକ ଲୋଗ ଉନ୍ମୋଚିତ ହୋଇଥିଲା। ପର୍ଯ୍ୟଟନ ଶିଳ୍ପର ଦ୍ରୂତ ଅଭିବୃଦ୍ଧି କରିବା ପଥ ଉତ୍ସବ ଏକ ମାଧ୍ୟମ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ। ସାମାଜିକ ସଂଗଠନ ବିକାଶ ମାଧ୍ୟମରେ ଆୟୋଜିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ବରିଷ୍ଠ ସମାଜସେବୀ ରାଜକିଶୋର ମହାପାତ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ କାମଦେବ ବିଶ୍ବାଳ, ବରିଷ୍ଠ ସମାଜସେବୀ ରାମକୃଷ୍ଣ ମହାନ୍ତି ଓ ବାମଦେବ ଆଳୁକ ପ୍ରମୁଖ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଶପଥ ଗ୍ରହଣ କରିଥିଲେ। ଦେଶର ବିଭିନ୍ନ ବର୍ଗ, ବିଭିନ୍ନ ପ୍ରାନ୍ତର ଛାତ୍ର ଛାତ୍ରୀ, ବ୍ୟବସାୟୀ, ରାଜନୈତିକ ବ୍ଯକ୍ତି ଓ ସରକାରୀ କର୍ମଚାରୀମାନେ ସହଯୋଗର ହାତ ବଢାଇବା ପାଇଁ କୋଣାର୍କ ପଥ ଉତ୍ସବର ଅଧ୍ୟକ୍ଷ ଅଶୋକ ନନ୍ଦ ଆହ୍ଵାନ ଦେଇଥିଲେ। ଯେଉଁମାନେ ଏହି ପଥ ଉତ୍ସବରେ ଭାଗନେବା ପାଇଁ ସେମାନେ ସଂଗଠନର ଓ୍ବେବ ସାଇଟ ମାଧ୍ୟମରେ ପଂଜିକରଣ କରିବା ପାଇଁ ଜଣାଇଦିଆଯାଇଛି।


