କୋଶଲି ଫିଲ୍ମ ନୋ ଗିଲ୍‌ଟ ନୋ ସରି ଓ ହିନ୍ଦୀ ଡ୍ରାମା ଟୁଟା ହୁଆ ସିତାରା ପ୍ରଦର୍ଶିତ

ବଲାଙ୍ଗିର (ଓ୍ବାଇଏନଏସ): ନାଟ୍ୟକ୍ରାନ୍ତି ର ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତ ସଂଜୟ ଶେଖର ଭୋଇଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ମଂଚ ସମର୍ପଣ କରାଯାଇଥିଲା । ଉତ୍ସବରେ ସଭାପତି ରାଜେନ୍ଦ୍ର କୁମାର ଶର୍ମା, ସଂପାଦକ ସୁରେନ୍ଦ୍ର କୁମାର ତ୍ରିପାଠି, ମୁଖ୍ୟ ଅତିଥି ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଯୋଗେଶ୍ୱର ସାହୁ ଓ ଉପ-ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ମଂଚାସିନ ଥିଲେ । ଏ ଅବସରରେ କୋଶଲି ଚଳଚ୍ଚିତ୍ର ନୋ ଗିଲ୍‌ଟ ନୋ ସରି ପ୍ରଦର୍ଶିତ ହୋଇଥିଲା । କାହାଣି, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଥିଲେ ଅବଦୁଲ ଜମାଲ ଖାନ । ଅଭିନୟରେ ଆକ୍ରମ ଦୁରାନି, ବନ୍ଦନା, ସଂଗୀତା ଦାଶ, ତରୁଣ ମିଶ୍ର, ସୁରେନ୍ଦ୍ର ତ୍ରିପାଠି, ଧିରେନ୍ଦ୍ର ସିଂଦେଓ, ନିଳାଚଳ ଚିରଗୁନ, ବିମଲ ଚକ୍ରବର୍ତ୍ତି, ଗୁରୁଦାଶ ସିଂ, ଶରତ ହୋତା, ସତ୍ୟ ସିଂଦେଓ, ସୌରଭ ଶତପଥି ପ୍ରମୁଖ ଥିଲେ । ସହ-ନିର୍ଦ୍ଦେଶନା ରେ ଅଜିତ ପ୍ରଧାନ, ଚିତ୍ର ଉତ୍ତୋଳନ ଓ ସଂପାଦନା ରେ ରାମ ସାହୁ ଏବଂ ସଂଗୀତ ରେ କ୍ରିଷ୍ଣା ସାହୁ ଥିଲେ । ପରେ ପରେ ଏକ ହିନ୍ଦି ନାଟକ ଜମାଲ ଖାନଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ “ଟୁଟା ହୁଆ ସିତାରା” ପ୍ରଦର୍ଶିତ ହୋଇଥିଲା । ଏଥିରେ ଜମାଲ ଖାନ ଓ ବିଶିଷ୍ଟ ମଞ୍ଚ ଅଭିନେତ୍ରୀ ତଥା କଳା ଶିକ୍ଷୟତ୍ରୀ ସଂଗୀତା ଦାଶ ଅଭିନୟ କରିଥିଲେ । ଏଥିରେ ବହୁ ନାଟ୍ୟପ୍ରେମୀ ଓ ବୁଦ୍ଧିଜିବି ଉପସ୍ଥିତ ରହି କୋଶଲି ଚଳଚ୍ଚିତ୍ର ଓ ହିନ୍ଦି ନାଟକ କୁ ଉପଭୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ