କୃଷ୍ଣ ପ୍ରେମାନନ୍ଦ ସରସ୍ବତୀ ମହାରାଜଜୀଙ୍କ ସ୍ୱ-ନକ୍ଷେତ୍ର ଉତ୍ସବ

କଟକ (ଓ୍ବାଇଏନଏସ):  ସିଡିଏ ସେକ୍ଟର ୧୦ସ୍ଥିତ ସୁବୋଧ କୃଷ୍ଣ ମିଶନ ପରିସରରେ ମିଶନ ର ପ୍ରତିଷ୍ଠାତା ସ୍ୱାମୀ ଡ଼ଃ କୃଷ୍ଣପ୍ରେମାନନ୍ଦ ସରସ୍ବତୀ ମହାରାଜଜୀ ଙ୍କ ୫୪ତମ ସ୍ୱ-ନକ୍ଷେତ୍ର ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଛି l ସୁବୋଧ କୃଷ୍ଣ ମିଶନ ର ରାଜ୍ୟ ଲୋକ-ସମ୍ପର୍କ ପ୍ରମୁଖ ଉତ୍କଳ ଭୂଷଣ ରାଉତରାୟ ଜୟନ୍ତୀ ଉତ୍ସବ ରେ ଅଧ୍ୟକ୍ଷତା କରିଥିଲେ l ମିଶନ ର ମହା ସଚିବ ବିନୟ କୁମାର ନାୟକ ଙ୍କ ସଂଯୋଜନା ରେ ନିତ୍ୟାନନ୍ଦ ମିଶ୍ର, ନକୁଳ ଚନ୍ଦ୍ର ମହାରଣା, ଶ୍ରଦ୍ଧାଞ୍ଜଳି ବେହୁରା, ସଂଗୀତା ନାୟକ, ବିଭୁତି ଭୂଷଣ ସାହୁ, ପ୍ରଫୁଲ୍ଲ କୁମାର ମହାନ୍ତି, ନିବାସିନୀ ମଣ୍ଡଳ, ମିନତୀ ପଣ୍ଡା, ଜଗନ୍ନାଥ ବେହେରା, ରାଜକିଶୋର ସାହୁ, ପ୍ରଦୀପ୍ତ ନିଶାଙ୍କ, ନୀଳମଣି ଦେବତା, ପଞ୍ଚାନନ ମହାନ୍ତି ପ୍ରମୁଖ ଶତାଧିକ ମିଶନ ସଦସ୍ୟ /ସଦସ୍ୟା, ବହୁ ବରିଷ୍ଠ ନାଗରିକ, ସିଡିଏ ଅଂଚଳ ର ବହୁ ଅନ୍ତେବାସୀ ଯୋଗଦେଇ ପୂଜ୍ୟ ସ୍ୱାମୀଜୀ ଙ୍କ ପୂଜା ଅର୍ଚନା, ଆଳତୀ କରିବା ସହ ଜନ୍ମ ଦିନର ଶୁଭେଚ୍ଛା ଜଣାଇବାସହ ତାଙ୍କ ଦୀର୍ଘ ନିରାମୟ ଜୀବନ ଯାତ୍ରା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପୂଜାଅର୍ଚନା କରିଥିଲେ l ବିଭୁ ଦତ୍ତ ବେହୁରା ଓ ଅଜିତ ମଣ୍ଡଳ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ମିଶନ ର ବରିଷ୍ଠ ସଦସ୍ୟ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ