କ୍ଷତ୍ରିୟ ଖଣ୍ଡାୟତ ମହାସଂଘ କୋଣାର୍କ ଶାଖା ପକ୍ଷରୁ ଦହି ପାଣି ସେବା

କୋଣାର୍କ(ଗଣେଶ ଚନ୍ଦ୍ର ବେହେରା) :ପବିତ୍ର ବାହୁଡା଼ ଯାତ୍ରା ଉପଲକ୍ଷେ କୋଣାର୍କ କାଳୀ ମନ୍ଦିର ନିକଟରେ କ୍ଷତ୍ରିୟ ଖଣ୍ଡାୟତ ମହାସଂଘ, ଓଡ଼ିଶା କୋଣାର୍କ ଶାଖା ପକ୍ଷରୁ ବାହୁଡା଼ ଯାତ୍ରା କୁ ଦେଖିବା ପାଇଁ ଆସିଥିବା ଭକ୍ତ ମାନଙ୍କ ପାଇଁ ଜଳ ସେବା କେନ୍ଦ୍ର ଖୋଲାଯାଇ ହଜାର ହଜାର ଶ୍ରଦ୍ଧାଳୁଙ୍କ ନିମନ୍ତେ ଦହି ସରବତ, ନାଣ୍ଡି ବଗୁଲି ପାଣି ମାଗଣାରେ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ଷେତ୍ରୀୟ ଖଣ୍ଡାୟତ ମହାସଂଘ ର କାର୍ଯ୍ୟକାରୀ ସଭାପତି ଗଣେଶ ନାୟକ , କୋଣାର୍କ ଶାଖା ସଭାପତି ତଥା ସମାଜ ସେବୀ ପ୍ରମୋଦ ଛୋଟରାୟ , ଉପଦେଷ୍ଟା ରଞ୍ଜିତ ଲେଙ୍କା , ମୁଖ୍ୟ ଉପଦେଷ୍ଟା ଦୁଃଶାସନ ନାୟକ , ରମେଶ ଜେନା , ସଂପାଦକ ଚିନ୍ମୟ ନାୟକ , କୃଷ୍ଣ ଚନ୍ଦ୍ର ଜେନା , ସୌଭାଗ୍ୟ ସ୍ୱାଇଁ , ବାନାମ୍ବର ଭୂୟାଁ , କିଶୋର ଲେଙ୍କା , ସାଗର ସ୍ୱାଇଁ , ଯୁବ ସଙ୍ଗଠକ ସୋମନାଥ ଛୋଟରାୟ , ସୁଦର୍ଶନ ସାସମଲ୍ଲ ଓ ଗୁରୁଦେବ ସାହୁ ଙ୍କ ସମେତ ୫୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସୁବାସିତ ଦହିପଣା ର ବେବସ୍ଥା କରିଥିଲେ । ଯାହା ଫଳରେ ବାହୁଡା଼ ଯାତ୍ରା ଦେଖିବା ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ପିଇବା ପାଇଁ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ