କୁଡୁମୀ ସେନାର ୧୩ତମ ପ୍ରତିଷ୍ଠା ଦିବସ ପାଳିତ
ବେତନଟୀ ( ଉଦିତ କୁମାର ପରିଡା ): ମୟୂରଭଞ୍ଜ ଜିଲ୍ଲା ବେତନଟୀଠାରେ କୁଡୁମୀ ସେନାର ୧୩ ତମ ପ୍ରତିଷ୍ଠା ଦିବସ ବେତନଟୀସ୍ଥିତ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହେଇଯାଇଛି। ସାରା ଭାରତରେ ୨ କୋଟିରୁ ଉର୍ଦ୍ଧ କୁଡୁମୀ ସମ୍ପ୍ରଦାୟର ଲୋକେ ଓଡିଶା ,ଝାରଖଣ୍ଡ, ପଶ୍ଚିମବଙ୍ଗ , ବିହାର ଓ ଆସମ୍ ରେ ବସବାସ କରୁଛନ୍ତି । ଏହି ଜାତି କୁ ୧୯୫୦ ମସିହା ପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ମିଳିଥିଲା । କିନ୍ତୁ ପରେ ସମ୍ବିଧାନରୁ ଆଦିବାସୀ ମାନ୍ୟତା ହଟାଇ ଦିଆଗଲା। ପୁନଃ ଆଦିବାସୀ ମାନ୍ୟତା ପାଇଁ ଏହି ସମ୍ପ୍ରଦାୟର ଲୋକେ ଦୀର୍ଘ ବର୍ଷ ଧରି ଦାବି ରଖି ଆସୁଛନ୍ତି। ତେଵେ ଓଡିଶା ରେ କ୍ରାନ୍ତିକାରୀ ଯୁବ ନେତା ଜୈମୁନୀ ମହାନ୍ତଙ୍କ ନେତୃତ୍ୱ ରେ କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ଏକାଠି କରି ୨୦୧୨ ଜୁନ ୩ ରେ ବେତନଟିଠାରେ କୁଡୁମୀ ସେନା ଗଠନ କରି କୁଡୁମୀ ଲୋକଙ୍କର ସାମାଜିକ, ଅର୍ଥନୈତିକ, ଭାଷା, ସଂସ୍କୃତି ର ସୁରକ୍ଷା ଓ କୁଡୁମୀ ଜାତି କୁ ପୁନଃ ଆଦିବାସୀ ତାଲିକା ରେ ସାମିଲ କରିବା ପାଇଁ ୧୨ ବର୍ଷ ଧରି ଜ଼ିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତର ରେ ଆୟୋଜନ କରି ଆସୁଛନ୍ତି । ତେବେ ଏହି ଦିନ କୁ ମନେ ରଖିବା ପାଇଁ ବେତନଟିର ଡାକ ବଙ୍ଗଳା ଠାରେ ୧୩ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହେଇଯାଇଛି । ଏହି ସଭାରେ ଜୈମୁନୀ କୁମାର ମହାନ୍ତ ସଭାପତି ଭାବରେ ଯୋଗଦେଇଥିଲ ଅନ୍ୟ ମାନଙ୍କ ମଧ୍ୟରେ କୁଡୁମୀ ସେନା ର ବିବେକାନନ୍ଦ ମହାନ୍ତ, ଡ଼ମ୍ବରୁଧର ମହାନ୍ତ, ଚନ୍ଦ୍ରମୋହନ ମହାନ୍ତ, ଟିକିନା ମହାନ୍ତ, ଯୁବ ସେନାର ହିମାଂଶୁ ମହାନ୍ତ, ମାନଗୋବିନ୍ଦ ମହାନ୍ତ, ରଞ୍ଜନ ମହାନ୍ତ, ନରହରି ମହାନ୍ତ, ଛତିଷ୍ ମହାନ୍ତ, ଚୈତନ ମହାନ୍ତ, ଛାତ୍ର ସେନା ଗୌତମ , ମୋନଜ, ଚନ୍ଦନ, ସୋନୁ, ଡେବିଡ , ଲିପୁନ, ବାବୁ, ଦେବାଶିଷ ଓ ମହିଳା ସେନାର ଦମୟନ୍ତୀ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ ।