ଶ୍ରମ ବିଭାଗ ପକ୍ଷରୁ ଆସିକାରେ ସଚେତନତା ପଦଯାତ୍ରା

ଆସିକା (ୱାଇଏନ୍‍ଏସ୍‍): ରାଜ୍ୟରେ ପ୍ରଥମ ଥର ପାଇଁ ଗତ ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥିବା ଓଡିଆପକ୍ଷ ପାଳନ କାର୍ଯ୍ୟକ୍ରମ ଆସନ୍ତା ୧୪ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲିିଚଳଣି, ଗାଥାଗୌରବ ଓ ଆମ ପରମ୍ପରାକୁ ବିଶ୍ୱବିଦିତ କରାଇବା ନେଇ ଓଡିଶା ସରକାରଙ୍କ ପକ୍ଷରୁ ଏହିି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଓଡ଼ିଶା ପକ୍ଷ ପାଳନର ଚତୁର୍ଥ ଦିିବସରେ ଶୁକ୍ରବାର ଆସିକାରେ ଆୟୋଜିତ ହୋଇଯାଇଛି ଓଡ଼ିଆରେ ନାମଫଳକ ଅଭିଯାନ । ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଓ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମବିଭାଗର ପରାମର୍ଶକ୍ରମେ ଆସିକା ସହକାରୀ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଏହି ଅବସରରେ ଓଡିଆରେ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆସିକାର ସହକାରୀ ଶ୍ରମ ଅଧିକାରୀ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ନିକଟରେ ଏହି ସଚେତନତା ପଦଯାତ୍ରାକୁ ସହକାରୀ ଶ୍ରମ ଅଧିକାରୀ ବି.ହୃଷିକେଶ ରାଓ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରି ଆସିକା ଅଞ୍ଚଳର ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ଓଡିଆରେ ନାମଫଳକ ଲେଖିବାକୁ ଆହ୍ୱାନ କରିଥିଲେ । ଆସିକା ଶ୍ରମ ବିଭାଗ ପକ୍ଷରୁ ଓଡିଆ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ଓଡିଆରେ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରାରେ ବହୁ ଅଣସଂଗଠିତ ଓ ନିର୍ମାଣ ଶ୍ରମିକ, ସ୍ୱେଚ୍ଛାସେବୀ, ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା ସାମିଲ୍‍ ହୋଇ ଏକ ବିରାଟ ଶୋଭାଯାତ୍ରାରେ ସହରର କଳିଙ୍ଗରୋଡ, ଲକ୍ଷ୍ମୀ ବଜାର, ବିନାୟକ ବଜାର, ହରିହର ନଗର, କୁମ୍ଭାରସାହି ଇତ୍ୟାଦି ଅଞ୍ଚଳ ପରିକ୍ରମା କରି ଲୋକଙ୍କୁ ଓଡିଆରେ ନାମଫଳକ ଲେଖିବା ପାଇଁ ସଚେତନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଶ୍ରମ ବିଭାଗ ପକ୍ଷରୁ ଓଡିଆ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ସଚେତନତା ପଦଯାତ୍ରା ଓ ଓଡିଆରେ ନାମଫଳକ ଅଭିଯାନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆସିକା ଶ୍ରମ ବିଭାଗର କନିଷ୍ଠ ସହାୟକ ବରୁଣ ଜେନା, ଡିିଇଓ ରାଜେନ୍ଦ୍ର ମହାରଣା ଓ ସ୍ୱାଗତିକା ବେହେରା, ସୁନିତା ଜେନାଙ୍କ ସମେତ ବହୁ ସଚେତନ ନାଗରିକ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ