ଶ୍ରାବଣମାସ ଦ୍ବିତୀୟ ସୋମବାରରେ ଲକ୍ଷାଧିକ କାଉଡିଆଙ୍କ ଜଳଲାଗି
ଆରଡି, ( ଆଲୋକ ଚନ୍ଦ୍ର ନାୟକ ) : ଶ୍ରାବଣ ମାସର ଦ୍ବିତୀୟ ସୋମବାର ପାଇଁ ରବିବାର ସକାଳ ଠାରୁ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଲାଗିଥିଲା କାଉଡିଆଙ୍କ ଭିଡ। ଲକ୍ଷାଧିକ କାଉଡିଆ ନିଜର ଜଳଭାର ନେଇ ବୋଲବମ ହରହର ବମ ଧ୍ବନି ଦେଇ ପୀଠକୁ ଆଗମନ କରିଥିଲେ । ଏତେ ସଂଖ୍ୟକ କାଉଡିଆ ଭକ୍ତଙ୍କ ଆଗମନ ଯୋଗୁଁ ପୀଠରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଦୀର୍ଘ ୬ କି.ମି. ଦୂରରୁ ପୀଠକୁ ଆସୁଥିବା ଗାଡି ଗୁଡିକୁ ପୋଲିସ ଅଟକାଇଥିଲା । କାଉଡିଆ ମାନେ ରବିବାର ରାତ୍ର ୮ଟାରୁ ମନ୍ଦିର ବେଢାରେ ଥିବା ପ୍ରଭୁ ଶ୍ରାବଣୀ ମହାଦେବଙ୍କ ଉପରେ ଜଳଲାଗି କରିଥିଲେ । ସେମାନେ ଫେରିବା ବେଳେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । କିଛି କାଉଡିଆ ଚାଲିଚାଲି ନିଜ ଗାଡି ପର୍ଯ୍ୟନ୍ତ ଯାଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆରଡି – ଯାଜପୁର, ଆରଡି – ଭଦ୍ରକ ରାସ୍ତା ୧୦ କି.ମି. ପର୍ଯ୍ୟନ୍ତ ଗୈରିକ ମୟ ହୋଇଯାଇଥିଲା । ପୀଠ ସନ୍ନିକଟ ବିଭିନ୍ନ ସ୍ଥାନରେ ପାନୀୟ ଜଳର ଅଭାବ ପରିଲକ୍ଷିତ ହୋଇଥିଲା । ଭକ୍ତମାନେ ମଧ୍ୟ ଗାଧିୁଆ ପାଧୁଆ କରିବାକୁ ଅସୁବିଧା ସୃଷ୍ଟି ହୋଇଥିଲା । ପୀଠ ନିକଟରେ କୟାଁଗୋଲା, ବୋଡକ ଆଦି ସ୍ଥାନରେ କିଛି ଶ୍ରଦ୍ଧାଳୁ ମଧ୍ୟ ପୋଲିସ ଆକ୍ରୋଶର ଶିକାର ହୋଇଥିଲେ । ପୀଠରେ ବାବା ଆଖଣ୍ଡଳମଣିଙ୍କ ମଙ୍ଗଳ ଆଳତି ଭୋର ୪.୩୦ ସରିଲା ପରେ କାଉଡିଆ ଶ୍ରଦ୍ଧାଳୁ ମାନେ ଜଣକ ପରେ ଜଣକ ପରେ ଜଣେ ପ୍ରଭୁଙ୍କୁ ଦର୍ଶନ ଲରିଥିଲେ। କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଥିଲା। ତିନିତର, ମୁଆଁ ଓ ଧାନଖଣିଆ ଘାଟ ଦେଇ ନଦୀପାରି ହୋଇ ଆସୁଥିବା କାଉଡିଆ ଭକ୍ତମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ନଦୀଘାଟର ଉଭୟ ପାର୍ଶ୍ବରେ ପୋଲିସ ମୃତ୍ଯୟନ କରା ଯାଇଥିଲା । ନଦୀ ଘାଟରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସଜାଗ ରହିଥିଲେ । କାଉଡିଆ ଭକ୍ତମାନେ ଯେପରି ଭାବେ ଶୃଙ୍ଖଳିତ ଜଳଲାଗି କରିବେ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାରିକେଡ ସହ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଥିଲା। ହେଲେ ଦୂରଦୂରାନ୍ତରରୁ ଖାଲିପାଦରେ ଚାଲିଚାଲି ଆସୁଥିବା କାଉଡିଆ ଭକ୍ତମାନେ ଭଦ୍ରକ_ଆଖଣ୍ଡଳମଣି ମୁଖ୍ଯରାସ୍ତା ସହ ପୀଠକୁ ସଂଯୋଗ କରୁଥିବା ଅନ୍ଯ ରାସ୍ତାର ଖାଲଖମା ରହିଥିବାରୁ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଧୂଷୁରୀ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ଆରଡି ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ ପୀଠରେ ଉପସ୍ଥିତ ରହି ସୁରକ୍ଷା ଉପରେ କଡା ନଜର ରଖିଥିଲେ ।