ଆଷାଢ଼ ପୂର୍ଣ୍ଣିମାରେ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ଲକ୍ଷ୍ମୀନାରାୟଣ ଅବତାର

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା): ଆଜି ପବିତ୍ର  ଆଷାଢ ପୂର୍ଣ୍ଣିମା ଅଟେ. ଏହି ପୁଣ୍ୟ ତିଥିରେ  ପ୍ରଭୁଶ୍ରୀଜଗନ୍ନାଥ  ଲକ୍ଷ୍ମୀନାରାୟଣ ଅବତାରରେ ତଥା ରାଜରାଜେଶ୍ଵର ଅବତାରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି. ଏହି ରାଜରାଜେଶ୍ୱର ଅବତାରରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ଭାବେ ଦର୍ଶନ ଦେଉଥିବା ଯୋଗୁଁ ଆଜି ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି. ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଜରାଜେଶ୍ୱର  ଅବତାରରେ ସୁସଜ୍ଜିତ କରାଯାଇ ପୂଜାପାଠ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡାଯାତ୍ରା ସରିବା ପରେ ଆଜି ଆଷାଢ଼ ପୁର୍ଣିମା ତିଥିରେ  ପ୍ରଭୁ ତାଙ୍କ ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ଲକ୍ଷ୍ମୀ ନାରାୟଣ ଅବତାର ଧାରଣ କରିଛନ୍ତି. ସକାଳୁ ସକାଳୁ ଭକ୍ତମାନେ  ଲମ୍ବା ଧାଡିରେ ଠାକୁରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳରୁ ଠାକୁରଙ୍କୁ ଦର୍ଶନ କରିବା ସହ ଲକ୍ଷ୍ମୀ ନାରାୟଣ ଅବତାର ଦର୍ଶନ ପାଇଁ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଭକ୍ତଙ୍କ ଜୟ ଶ୍ରୀଜଗନ୍ନାଥ ଧ୍ଵନିରେ ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ