ଲାଲବାହାଦୂର ଉଚ୍ଚଶିକ୍ଷାଶ୍ରମର ୧୯୮୮ବ୍ୟାଚର ବନ୍ଧୁମିଳନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୂର ଉଚ୍ଚଶିକ୍ଷାଶ୍ରମର ୧୯୮୮ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ବେଣାଜୋରୀବଟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୪ଜଣ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ବିଦ୍ୟାଳୟ ଜୀବନର ସେହି ପୁରୁଣା ଅତୀତର ସ୍ମୃତିଚାରଣ କରିଥିଲେ। ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡାକ୍ତର ଅମଳେନ୍ଦୁ ଜେନା, ତାପସ ବାରିକ, ବିଭୁତିଭୂଷଣ ଦାସ, ପ୍ରଶାନ୍ତ ମଲ୍ଲ, ଶିବପ୍ରସାଦ ଦାସ, ଦିଲ୍ଲିପ ରାଉତ, ବରଦାକାନ୍ତ ମନ୍ତ୍ରୀ, ସଂଯୁକ୍ତା ବିହାରୀ, ସୁକାନ୍ତି ମହାନ୍ତି, ଦମୟନ୍ତୀ ବିଶ୍ୱାଳ ଓ ହିମାଂଶୁ ଭୂଷଣ ରାଉତ ପ୍ରମୁଖ ଯୋଗଦେଇ ନିଜର ସେହି ପୁରାତନ ଅତୀତ ସମ୍ପର୍କରେ ଆଲୋଚନା କରି କିଛି ସମୟ ପାଇଁ ବିଭୋର ହୋଇପଡିଥିଲେ।


