ବାଲୁଖଣ୍ଡ ଅଭୟାରଣ୍ୟରେ ପାଲ ଘୋଡ଼ାଇ ଜାଗା ହଡପ ଯୋଜନା

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା)- କୋଣାର୍କ ରେ ଏବେ ସରକାରୀ ଜମି ଜବରଦଖଲ ଜୋରଦାର ଜାରି ରହିଛି। ଜମି ମାଫିଆ ମାନେ ସରକାରୀ ନଟ ଫାଇନାଲ ଜମି , ଗୋଚର , ଅନାବାଦୀ ଓ ଜଙ୍ଗଲ ଜମିକୁ ବାଡ଼ , ସିମେଣ୍ଟ ପିଲର୍ ଓ ପାଲରେ ଅକ୍ତିଆର କରି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି। ତହସିଲ ପ୍ରଶାସନ, ଏନଏସି ପ୍ରଶାସନ ଓ ବନ ବିଭାଗ ଦୃଷ୍ଟି ଦେଉ ନାହିଁ। ଯାହା ଫଳରେ ଦିନକୁ ଦିନ ବେଆଇନ ଜମି ଜବରଦଖଲ ବଢ଼ି ବଢ଼ି ଚାଲିଥିବା ବେଳେ ବେଆଇନ୍ ଗୃହ ନିର୍ମାଣ ବଢ଼ି ଚାଲିଛି। ଏପରିକି ଜାତୀୟ ରାଜପଥ ଓ ବାଲୁଖଣ୍ଡ ଅଭୟାରଣ୍ୟ ଜମି ମଧ୍ଯ ଦୁବୃର୍ତ୍ତ ମାନେ ପାଲ ଘୋଡାଇ ଜବରଦଖଲ କରୁଥିବା ଦେଖିବାକୁ ମିଳୁଛି। କୋଣାର୍କ ଚନ୍ଦ୍ରଭାଗା ୬ଲେନ୍ ରାସ୍ତାର ହେଲିପ୍ୟାଡ ସମ୍ମୁଖରେ ଥିବା ଜଙ୍ଗଲ ଜମିକୁ ମଧ୍ଯ ଜବରଦଖଲ କରୁଛନ୍ତି କେତେକ ଦୁବୃର୍ତ୍ତ । ଏନେଇ ସ୍ଥାନୀୟ ପ୍ରଶାସନ କୌଣସି ଦୃଷ୍ଟି ଦେଉ ନାହାନ୍ତି। ତେଣୁ ପୁରୀ ଜିଲ୍ଲାପାଳ , ଜିଲ୍ଲା ବନଖଣ୍ଡ ଅଧିକାରୀ , ରାଜ୍ବସ ବିଭାଗ , ଉପ ମୁଖ୍ୟମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଗଣମାଧ୍ୟମ ଜରିଆରେ ଦାବି କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ