ଉଚ୍ଛେଦ ଅପେକ୍ଷାରେ ଦନେଇପୁର ଗ୍ରାମର ଲଙ୍କେଶ୍ବର ମନ୍ଦିର ଜମି
ହାଟଡିହି (ବିକାଶ ବିଶ୍ବାଳ) : ହାଟଡିହି ବ୍ଳକ୍ ଦନେଇପୁର ଗ୍ରାମର ଲଙ୍କେଶ୍ଵର ମହାଦେବ ମନ୍ଦିରର ଜମିକୁ କିଛି ଲୋକ ଜବରଦଖଲ କରିଥିଲେ। ତୁରନ୍ତ ଏହି ଜମିକୁ ଜବରଦଖଲ ମୁକ୍ତ କରିବାକୁ ଗ୍ରାମବାସୀ ମାନେ ଗତ ଜାନୁୟାରୀ ମାସରୁ ଦାବି କରି ଆସୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଲା, ଗ୍ରାମର ଖାତା ନମ୍ବର ୨୦୦, ପ୍ଲଟ୍ ନମ୍ବର ୫୨୪/୮୮୩ରକବା ୧୫୨୪/ ୮୮୩ରକବା ୨୫ ଡିସିମିଲ ଜମିରେ ଗ୍ରାମର ଆରାଧ୍ୟ ଦେବତା ଶ୍ରୀଲଙ୍କେଶ୍ଵର ମହାଦେବଙ୍କ ବିଜେସ୍ଥଳ ରହିଛି। ଶହଶହ ବର୍ଷ ଧରି ଲଙ୍କେଶ୍ଵର ମହାଦେବ ଏଠାରେ ପୂଜା ପାଇଆସୁଛନ୍ତି। କିନ୍ତୁ କିଛି ବ୍ୟକ୍ତି ଏହି ଜମିକୁ ଜବରଦଖଲ କରିଥିବାରୁ ତାହା ସଙ୍କୁଚିତ ହୋଇଯାଇଛି। ଫଳରେ ମହାଦେବଙ୍କ ନୀତିକାଢିରେ ଅସୁବିଧା ହେଉଛି ପାର୍ବଣ ସମୟରେ ସ୍ଥାନ ଅଭାବରୁ କୌଣସି କାର୍ଯ୍ୟକ୍ରମ ହୋଇପାରୁନି। ଏନେଇ ମୁଖ୍ୟମନ୍ତ୍ରୀ, କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ବିଧାୟକ, ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ତହସିଲଦାରଙ୍କୁ ଅବଗତ କରିଥିଲେ। ପରେ ହାଟଡିହି ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ଗତ ମାର୍ଚ୍ଚ ମାସରେ ପଢ଼ିଆରିପଲ୍ଲୀ ପଞ୍ଚାୟତର ରାଜସ୍ବ ନୀରିକ୍ଷକ ଦ୍ୱାରା ଗ୍ରାମବାସୀଙ୍କ ଉପସ୍ଥିତିରେ ଏହାର ମାପଚୁପ କରଯାଇଥିଲା। ଗ୍ରାମର ୪ଜଣ ବ୍ୟକ୍ତି ଜବର ଦଖଲ କରିଥିବା ମାପରେ ବାହାରିଥିଲା। ସମସ୍ତ ଜବର ଦଖଲ କରୀଙ୍କୁ ଏନେଇ ଉଚ୍ଛେଦ ପାଇଁ ନୋଟିସ କରାଯାଇଥିଲା। ଦୁଇଜଣ ଜବରଦଖଲ ଜମି ଛାଡିଦେଇଥିବା ବେଳେ ଅନ୍ୟ ଦୁଇଜଣ ଉଚ୍ଛେଦ କରିନାହାନ୍ତି। ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି। ଗ୍ରାମବାସୀ ମାନେ ଏନେଇ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେବେ ବୋଲି ଅମୂଲ୍ୟ ମିଶ୍ର, ଶରତ କୁମାର ମିଶ୍ର, ମାଧବ ଚନ୍ଦ୍ର ପାଣିଗ୍ରାହୀ, ସୁରଥ ଚନ୍ଦ୍ର ପାଣିଗ୍ରାହୀ, ସୁବ୍ରତ ଦେବତା, କାମଦେବ ପାଣିଗ୍ରାହୀ, ନିରାକାର ପଣ୍ଡା, ପ୍ରଶାନ୍ତ କୁମାର ଦେବତା, ଭଜହରି ମିଶ୍ର, କନକଲତା ମିଶ୍ର, ପଦ୍ମାବତୀ ପଣ୍ଡା, ସସ୍ମିତା ପାଣିଗ୍ରାହୀ ପ୍ରମୁଖ ଜଣାଇଛନ୍ତି।