ଏଲ୍ଆଇସି ପ୍ରିମିୟମ ସେଣ୍ଟରରେ ବଡ଼ଧରଣର ଲୁଟ୍, ତଦନ୍ତ କରୁଛି ପୋଲିସ

କଟକ (ଓ୍ବାଇଏନଏସ) : ଏଲ୍‌ଆଇସି ପ୍ରିମିୟମ ସେଣ୍ଟରରେ କଳାକନା ବୁଲାଇଲେ ଲୁଟେରା । କଟକ ଲିଙ୍କ ରୋଡ୍‌ରେ ଥିବା ଏଲ୍‌ଆଇସି ପ୍ରିମିୟମ୍‌ ସେଣ୍ଟରରୁ ହୋଇଛି ଲୁଟ୍‌ । ଯେଉଁଥିରେ ଦୁଇ ଲକ୍ଷ ପଚାଶ ହଜାର ନଗଦ ଟଙ୍କା ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଲୁଟ୍‌ ହୋଇଥିବାର ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ସକାଳ ସମୟରେ କଟକ ଲିଙ୍କ ରୋଡ୍‌ରେ ଥିବା ଏଲ୍‌ଆଇସି ପ୍ରିମିୟମ୍‌ ସେଣ୍ଟରରୁ ବଡ଼ଧରଣର ଲୁଟ୍‌ ହୋଇଥିବା ସଂପର୍କରେ ଜଣାପଡିଛି । ଶନିବାର ଦିନ କାର୍ଯ୍ୟାଳୟ ବନ୍ଦ କରି ଯିବା ପରେ ଶନିବାର କିମ୍ବା ରବିବାର ରାତିରେ ଲୁଟ୍‌ ହୋଇଥିବା ଜଣାପଡିଛି । ଲକର ତାଲା ଭାଙ୍ଗି ପ୍ରାୟ ୨.୫ ଲକ୍ଷ ଟଙ୍କା ସହ କିଛି ଚେକ୍‌ ଲୁଟି ନେଇଛନ୍ତି ଲୁଟେରା । ସେପଟେ ଲୁଟ୍‌ ସଂପର୍କରେ ଖବର ପାଇ ପାଇ କଟକ ବାଦାମ ବାଡ଼ି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟ ହୋଇଥିବା ସଂସ୍ଥା ର ସିସି କ୍ୟାମେରା ନଥିବା ଯୋଗୁ ନିକଟସ୍ଥ ସମସ୍ତ ଦୋକାନର କ୍ୟାମେରା ଯାଞ୍ଚ କରୁଛି ପୋଲିସ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ