ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ କାର୍ଡର ଶୁଭାରମ୍ଭ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଟକ ବାଲିଯାତ୍ରା ପଡ଼ିଆରେ ଆଜି ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷିରେ କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଆୟୁଷ୍ମାନ କାର୍ଡ ଶୁଭାରମ୍ଭ ହୋଇଛି। ଗୋପ ବ୍ଲକ ବିଡ଼ିଓ ଛବିରାଣି ସାହୁଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମରେ କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ , ଆୟୁଷ ଡାକ୍ତର ବିଧୁଭୂଷଣ ନାୟକ , ବି.ଏସ.ଓ ମମତା ଜେନା , ସମାଜସେବୀ ରାମକୃଷ୍ଣ ମାହାନ୍ତି ଯୋଗଦେଇ ଏହି କାର୍ଡ ବଣ୍ଟନ ର ଶୁଭାରମ୍ଭ କରିଥଲେ। କୋଣାର୍କ ଏନ୍ଏସି ଅନ୍ତର୍ଗତ ୧ନଂ ୱାର୍ଡରୁ ୧୦ ନଂ ୱାର୍ଡ , ମହଲପଡା , ଶିମିଳି ଓ ବନାଖଣ୍ଡି ପଞ୍ଚାୟତର ୧୦ ଜଣ ହିତାଧକାରୀଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ପରେ ଅନ୍ୟ ୱାର୍ଡ ଓ ପଞ୍ଚାୟତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଶା ଓ ଅଙ୍ଗନବାଡି କର୍ମୀ ଘର ଘର ବୁଲି କାର୍ଡ ବଣ୍ଟନ କରାଯିବ ବୋଲି ଜଣାପଡିଛି। ସିମିଳି ,ବନାଖଣ୍ଡି , ମହଲପଡ଼ା ପଞ୍ଚାୟତ ଓ କୋଣାର୍କ ଏନ୍ଏସିର ୫୦୦ ରୁ ଅଧିକ ହିତାଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କୋଣାର୍କ ମଣ୍ଡଳ ର ସୁକାନ୍ତ ନାୟକ, ମଙ୍ଗରାଜ ମୁଦୁଲି, ସୁମନ୍ତ ମଲ୍ଲ, ମୋନଜ ଭାରତୀ , ନୃସିଂହ ଚରଣ ନୟକ , ଜସ୍ମିତା ନାୟକ , ରାଧାଶ୍ୟାମ ନାୟକ , ମିତ୍ରଭାନୁ ନାୟକ ଓ ଗଣେଶ ଚନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ ।