ସହଯୋଗ ଭ୍ରାମ୍ୟମାଣ ସହାୟତା ରଥ ଶୁଭାରମ୍ଭ
ବାଲେଶ୍ଵର (ସରୋଜ ପଣ୍ଡା): ଆଜି ସକାଳ ଘ: ୧୦ ଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସହଯୋଗ ଭ୍ରାମ୍ୟମାଣ ସହାୟତା ଭ୍ୟାନର ଶୁଭାରମ୍ଭ ବାଲେଶ୍ୱର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ଦ୍ୱାରା ପତାକା ଦେଖାଇ ହୋଇଯାଇଛି । ଏହି ଭ୍ୟାନ୍ ଜିଲ୍ଲାର ପୌରାଞ୍ଚଳ, ବ୍ଳକ ତଥା ଗ୍ରାମାଞ୍ଚଳ ଗସ୍ତ କରି ସରକାରଙ୍କ ୧୩ଟି ଯୋଜନାର ସୂଚନା ଓ ପ୍ରଚାର କରିବ । ସହଯୋଗ ଭ୍ରାମ୍ୟମାଣ ସହାୟତା ଭ୍ୟାନର ଉଦ୍ଦେଶ୍ୟ ଯୋଗ୍ୟ ହିତାକାରୀ ଯୋଉମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ରହିଯାଇଛନ୍ତି, ସେମାନଙ୍କୁ ସଚେତନ କରିବା। ଏହି ହିତାକାରୀମାନେ ‘ସହଯୋଗ’ ପୋର୍ଟାଲ ମାଧ୍ୟମରେ ନିଜକୁ ଯୋଡ଼ି ସମସ୍ତ ଯୋଗ୍ୟ ଯୋଜନାର ଲାଭ ପାଇପାରିବେ। ଏହା ସହିତ ଯେଉଁ ମାନେ ସହରାଞ୍ଚଳରେ ରହି ମଧ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀଭୁକ୍ତ ସେମାନେ ମଧ୍ୟ ଏଥିରେ ଯୋଡି ହୋଇ ଲାଭାନ୍ବିତ ହେବେ । ପ୍ରଧାନମନ୍ତ୍ରୀ ଆବାସ (ସହରାଞ୍ଚଳ), ରାସନ କାର୍ଡ, ଇ-ଶ୍ରମ କାର୍ଡ, ସୁଭଦ୍ରା ଯୋଜନା, ଗାରିମା ଯୋଜନା, ପିଏମ ବିଶ୍ଵକର୍ମା ଯୋଜନା, ମଧୁବାବୁ ପେନସନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ପିଏମ ସୁରକ୍ଷା ବୀମା ଯୋଜନା, ପାଇପ୍ ଯୋଗେ ପାନ ପାନୀୟ ଜଳ ଯୋଗାଣ, ପିଡବ୍ଲୁଡି ପରିଚୟ ପତ୍ର, ଯୋଗ୍ୟ ହିତାଧିକାରୀ ଏହିସବୁ ଏହିସବୁ ଯୋଜନାର ଲାଭ ପାଇପାରିବେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ, ଉପ ଜିଲ୍ଲାପାଳ ବାଲେଶ୍ୱର ଶ୍ରୀଯୁକ୍ତ ଶିବ ମାଲବ୍ୟ, କାର୍ଯ୍ୟନିର୍ବାହୀ ଅଧିକାରୀ ,ବାଲେଶ୍ଵର ମ୍ୟୁନିସିପାଲଟି , ନିର୍ଲିପ୍ତ। ମହାନ୍ତି ,ବାଲେଶ୍ଵର ତହସିଲଦାର ଦେବୀ ପ୍ରସନ୍ନ ସାରସ୍ଵତ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ରାଜେଶ ଉପସ୍ଥିତ ଥିଲେ ।


