ବିକାଶ ବାହନ ରଥର ଶୁଭାରମ୍ଭ
ପୋଲସରା (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ବନ୍ଥପଲ୍ଲୀ , ମଥୁରା ଓ ଜା.ଡେଙ୍ଗାପଦର ପଞ୍ଚାୟତରେ ସରକାରଙ୍କ ବିକାଶ ବାହନ ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତିନି ପଞ୍ଚାୟତର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର ଓ ତହସିଲଦାର ଦିପ୍ତିମୟୀ ପାତ୍ର ଯୋଗଦେଇ ସବୁଜ ପତକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ବିଷୟ ନେଇ ବିକାଶ ବାହନ ରଥ ତିନି ପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରି ଭିଡିଓ ମାଧ୍ଯମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାର୍ତ୍ତା ପ୍ରଦାନ କରିଥିଲେ। ବିକାଶ ବାହନ ରଥକୁ ତିନି ପଞ୍ଚାୟତରେ ପାରମ୍ପରିକ ପୂର୍ଣ୍ଣକୁମ୍ଭ ସ୍ଥାପନ ସହ ଘଣ୍ଟ, ମୃଦଙ୍ଗ ଓ ହୁଳହୁଳି ଦେଇ ପଞ୍ଚାୟତର ମହିଳାମାନେ ସ୍ବାଗତ କରିଥିଲେ। ତିନି ପଞ୍ଚାୟତର ଯୋଗ୍ୟ ହିତାଧିକାରୀଙ୍କୁ ଅତିଥିମାନଙ୍କ ଦ୍ବାରା ଭତ୍ତା, ଆୟୁଷ୍ମାନ କାର୍ଡ, ରାସନ କାର୍ଡ, ଅନ୍ତଦେୟ କାର୍ଡ, ଲେବର କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୃଷକ ଯୋଜନା, ବରିଷ୍ଠ ବୃଦ୍ଧ ସ୍ବାସ୍ଥ୍ୟ କାର୍ଡ, ପଟ୍ଟା ବଣ୍ଟନ କରାଯାଇଥିଲା। ବନ୍ଥପଲ୍ଲୀ ସରପଞ୍ଚ ପବିତ୍ର ରାଉତ, ମଥୁରା ସରପଞ୍ଚ ସୁନିତା ବେହେରା ଓ ଜା.ଡେଙ୍ଗାପଦର ସରପଞ୍ଚ ପିତାମ୍ବର ବେହେରା ବୃନ୍ଦଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୋଗାଣ ଅଧିକାରୀ ସନ୍ଦିପ କୁମାର ବେହେରା, ଜିପିଡିଓ ଅସିମା ବେହେରା, ବିପିଏମ ଶଶ୍ମିତା ଦାସ, ବିଏଲଏଫ ଗଙ୍ଗାଧର ମିଶ୍ର, ମଥୁରା ଆରଆଇ କଳ୍ପନା ସେଠୀ, ପିଇଓ ପ୍ରବିଣ କୁମାର ଗୌଡ଼ ଓ ଭଗବାନ ବେହେରା ସମେତ ବହୁ ସରକାରୀ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।