ଆଇନ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ଆଇନ ସେବା ପ୍ରାଧିକରଣ, କେନ୍ଦୁଝର ଆନୁକୂଲ୍ୟରେ ଗାୟତ୍ରୀ ଆବାସିକ ମହାବିଦ୍ୟାଳୟଠାରେ ନାଗରିକମାନଙ୍କର ଦେଶ ପ୍ରତି ମୌଳିକ କର୍ତ୍ତବ୍ୟ,ଶିଶୁ ଯୌନ ଅପରାଧ ସୁରକ୍ଷା ଓ ଶିଶୁ ନ୍ୟାୟ ଆଇନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତର ନାଗରିକମାନଙ୍କର ଦେଶ ଓ ସମ୍ବିଧାନ ପ୍ରତି ମୌଳିକ କର୍ତ୍ତବ୍ୟ,ପୋକ୍ସ ଓ ଶିଶୁ ନ୍ୟାୟ ଆଇନ ସହ ଆଇନସେବା ପ୍ରାଧିକରଣ ଜିଲ୍ଲାବାସୀଙ୍କୁ କିଭଳି ସେବା ପ୍ରଦାନ କରୁଛି ତାହା ବର୍ଣ୍ଣନା କରିଥିଲେ । ଉପଖଣ୍ଡିୟ ବିଚାରପତି ସୁମିତ୍ରା କୁମାରୀ ଦାଶ ପୋକ୍ସ ଆଇନ ଉପରେ ତର୍ଜମା କରି ନିଜର ଅଭିଭାଷଣ ରଖିଥିବାବେଳେ ପ୍ରଥମଶ୍ରେଣୀ କନିଷ୍ଠ ବିଚାରପତି ଅମ୍ବିକେଶ ପାଣିଗ୍ରାହୀ ଭାରତର ନାଗରିକମାନଙ୍କର ଦେଶ ଓ ସମ୍ବିଧାନ ପ୍ରତି କର୍ତ୍ତବ୍ୟ ଏବଂ ଅଧିକାର ସମ୍ବନ୍ଧରେ ଭାଷଣ ଦେଇଥିଲେ । ଉପଖଣ୍ଡୀୟ ଆରକ୍ଷୀ ଅଧିକାରୀ ସୁଦର୍ଶନ ଗଙ୍ଗାଇ ଯୋଗଦେଇ ପୋଲିସ କିଭଳି ଭାବରେ ଉକ୍ତ ୩ଗୋଟି ଆଇନ ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ପ୍ରତି ଦଣ୍ଡବିଧାନ ଓ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦେଇଥାଏ ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ । ପୋକ୍ସ କୋର୍ଟ ସରକାରୀ ଅଧିବକ୍ତା ଜ୍ଞାନେନ୍ଦ୍ର ଜେନା ପୀଡିତା କ୍ଷତିପୂରଣ ଓ ପାନେଲ ଅଧିବକ୍ତା ସୁନୀଲ କୁମାର ମହାନ୍ତ ଶିଶୁ ନ୍ୟାୟ ଆଇନ ଉପରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ତଦାଶା ସଂପାଦକ ତଥା ଆଇନସେବା ପ୍ରାଧିକରଣ ସଦସ୍ୟ ଅକ୍ଷୟ କୁମାର ଚକ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରି ସଚେତନତା କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦେ୍ଦଶ୍ୟ ଉପରେ ଅଭିବ୍ୟକ୍ତି ପ୍ରଦାନ କରି ଶିବିର ପରିଚାଳନା କରିଥିଲେ । ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତରୁଣ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଯୁକ୍ତ ୨ ଓ ଡିଗ୍ରୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅତିଥିମାନେ ଭାଗ ନେଇଥିଲେ ।