ଆଇନ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ଆଇନସେବା ପ୍ରାଧିକରଣ, କେନ୍ଦୁଝର ଆୟୋଜନରେ ସଦର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ, ମହାଦେଇଯୋଡାଠାରେ ବିଦ୍ୟାଳୟମାନଙ୍କରେ ଶତ ପ୍ରତିଶତ ଉପସ୍ଥାନ ବୃଦ୍ଧି ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ଇଂ ବିଘ୍ନେଶ୍ୱର ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାୟୀ ଲୋକ ଅଦାଲତର ପ୍ରଧାନ କାର୍ଯ୍ୟ ଓ ଉପସ୍ଥାନ କମ୍ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥିବାବେଳେ ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ସଚେତନତା ମାଧ୍ୟମରେ ଉପସ୍ଥାନ ବୃଦ୍ଧି ସମ୍ବନ୍ଧୀୟ ବିଭିନ୍ନ ଉପାୟ ବର୍ଣ୍ଣନା କରି ପ୍ରାଧିକରଣର ଭୂମିକା ସଂପର୍କରେ ଅବଗତ କରାଇଥିଲେ । ପ୍ରଧାନଶିକ୍ଷୟିତ୍ରୀ ଶଶିରେଖା ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ପ୍ରାଧିକରଣ ସଦସ୍ୟ ତଥା ତଦାଶା ସଂପାଦକ ଅକ୍ଷୟ କୁମାର ଚକ୍ର ଉକ୍ତ ସଚେତନତା କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ସଂପର୍କରେ ଅବଗତ କରାଇ ଶିବିର ପରିଚାଳନା କରିଥିଲେ । ଅତିରିକ୍ତ ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାମଲ ଏବଂ ବ୍ଲକ ଶିକ୍ଷା ଅଧିକାରୀ ଓମକାର ଅନ୍ୱେଶ ସରକାରଙ୍କ ବିଭିନ୍ନ ଯୋଜନା ଓ ପରିସଂଖ୍ୟାନ ଉପରେ ଅଭିବ୍ୟକ୍ତି ପ୍ରଦାନ କରିଥିବାବେଳେ ୨ ଜଣ ଛାତ୍ରୀଙ୍କ ସହ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କପିଳ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ପାଠ ଛାଡି ଘରେ ରହୁଥିବା ଜଣେ ଛାତ୍ରୀ ଓ ୨ ଜଣ ଛାତ୍ର ତାଙ୍କ ଅଭିଭାବକଙ୍କ ସହ ବିଦ୍ୟାଳୟରେ ପାଠ ପଢା ଆରମ୍ଭ କରିଥିଲେ । ଏହି ସଭାରେ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସାହୁ,କଲ୍ୟାଣୀ ନାୟକ,ସ୍ନିଗ୍ଧା ସୁହାସିନୀ ସେଠୀ,ମୁମୀ ମୁଣ୍ଡା,ଶିକ୍ଷକ ଶ୍ରୀକାନ୍ତ ନାଏକ,ସତ୍ୟବ୍ରତ ମିଶ୍ର,ସଲମା ବାସ୍କେ ଉପସ୍ଥିତ ରହି ସଭା ପରିଚାଳନାରେ ସହାୟତା କରିଥିଲେ । ଉକ୍ତ ସଭାରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଦୃଷ୍ଟିରେ ଯଦି କେହି ୬ ରୁ ୧୪ ବର୍ଷର ପୁଅ ଝିଅ ବିଦ୍ୟାଳୟକୁ ନଯାଇ ଘରେ ରହନ୍ତି ତୁରନ୍ତ ବିଦ୍ୟାଳୟ କିମ୍ବା ଆଇନସେବା ପ୍ରାଧିକରଣରେ ଜଣାଇବାକୁ ସମ୍ମତି ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ