ଭୁସ୍କଳନ ଅଞ୍ଚଳ ପରିଦର୍ଶନ କଲେ ଆଇନମନ୍ତ୍ରୀ ପୃଥିବୀରାଜ ହରିଶ୍ଚନ୍ଦନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):   ଗଜପତିରେ ଭୁସ୍କଳନ ଅଞ୍ଚଳକୁ ଆଇନମନ୍ତ୍ରୀ ପୃଥିବୀରାଜ ହରିଶ୍ଚନ୍ଦନ ପରିଦର୍ଶନ କରି ଯାତାୟାତରେ ଯେପରି ଲୋକଙ୍କ ଅସୁବିଧା ନ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ. ଘଟଣାରୁ ପ୍ରକାଶ, ସାମୁଦ୍ରିକ ଝଡ ‘ମନ୍ଥା’ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷାରେ ଗଜପତି ଜିଲାରେଏକାଧୂକ ଭୂସ୍ଖଳନ ଘଟିଛି । ଏହା ଯୋଗୁଁ ରାସ୍ତାରେ ଗଛ, ବଡବଡ ପଥର ପଡିରହିଛି । ଗଜପତି ଜିଲାର ଆର. ଉଦୟଗିରି ବ୍ଲକ ଅନସ୍ଥା ପଞ୍ଚାୟତର ବଡଗାଁ ଠାରେ ପାହାଡ଼ରୁ ବିରାଟକାୟ ପଥର ଖସି ରାସ୍ତା ଅବରୋଧ କରିଛି । ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିଭିରେ କାର୍ଯ୍ୟ ଚାଲିଥିଲେ ମଧ୍ୟ ପଥର ହଟିପାରିନଥିଲା । ଶେଷରେ ବ୍ଲାଷ୍ଟି କରି ପଥର ହଟାଇବାକୁ ପ୍ରଶାସନ ପକ୍ଷରୁ ଯୁଦ୍ଧ କାଳୀନ ଭିତ୍ତିରେ କାମ ଚାଲିଥିବା ବେଳେ ଆଜି ଆଇନ ମନ୍ତ୍ରୀ ପୃଥିବୀରାଜ ହରିଶ୍ଚନ୍ଦନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ l ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆଉ କିଛିଦିନ ଯାତାୟାତରେ ବାଧା ହେଲେମଧ୍ୟ ଆଗକୁ ଯେମିତି ଏ ଭଳି ଅସୁବିଧା ନଂ ହୁଏ ତାହାର ସ୍ଥାଇ ପ୍ରତିକାର କରିବା ସହିତ ଯେଉଁ ପଥର ଗୁଡିକ ପୁଣି ତଳକୁ ଖସିବାର ସମ୍ଭାବନା ଅଛି ସେଗୁଡିକୁ ବାହାରକରିବାକୁ ପଡିବ l ଆଗକୁ ଏହାର ସ୍ଥାଇ ପ୍ରତିକାରପାଇଁ ମୁ ମୁଖ୍ୟମନ୍ତ୍ରୀ ଙ୍କ  ସହ ଆଲୋଚନା କରିବାସହ ସବୁଜ ଜଙ୍ଗଲ ସୃଷ୍ଟିକରିବାସହିତ ଅତ୍ୟାଧୁନିକ ଜ୍ଞାନ କୌଶଳରେ କାର୍ଯ୍ୟ କରିବାକୁ ପଡିବ ବୋଲି କହିଥିଲେ ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା  , ଉପଜିଲ୍ଲାପାଳ ଅନୁପ ପଣ୍ଡା , ଏ ଡି ଏମ ମୁନୀନ୍ଦ୍ର ମହାନଦା , ମୋହନା ବିଧାୟକ ଦାଶରଥୀ ଗମାଙ୍ଗ , ବିଡ଼ିଓ ଲୋରିମନ ଖର୍ଷେଲ , ତହସିଲଦାର ଜ୍ୟୋତିର୍ମୟ ଦାଶ , ଜିଲ୍ଲା ପରିଷଦ ଦଣ୍ଡପାଣି ବଡମୁଣ୍ଡି ,  ଏସ ପି  ଜ୍ୟୋତିନ୍ଦ୍ର ପଣ୍ଡା  ଓ ରାମଗିରି ଥାନା ଅଧିକାରୀ ଡି ଗଜପତି ଦୋରା ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ  l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ