ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଗଜପତି ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ଦାୟିତ୍ୱ ପଦ: ଗଜପତିରେ ଖୁସିର ଲହରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଯୋଜନା ଆଇନ ବୋର୍ଡ ଅଧ୍ଯକ୍ଷ ଭାବେ ରାଜ୍ୟ ଆଇନ ଅବକାରୀ ମନ୍ତ୍ରୀ ପୃଥ‌ିବୀରାଜ ହରିଚନ୍ଦନଙ୍କୁ ସରକାର ଦାୟିତ୍ଵ ଦେଇଥିବାରୁ ଗଜପତି ଜିଲ୍ଲାର ନିଶ୍ଚିତ ଉନ୍ନତି ହେବ ବୋଲି ଲୋକେ ଆଶାବ୍ୟକ୍ତ କରିବା ସହ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଜିଲ୍ଲାର ଦାୟିତ୍ୱ ଦିଆଯିବା ନେଇ ସମଗ୍ର ଗଜପତି ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି.ଏନେଇ ଜିଲ୍ଲାବାସୀ ସରକାରଙ୍କୁ ସାଧୁବାଦ ପ୍ରଦାନ କରିଛନ୍ତି. ରାଜ୍ୟ ସରକାରଙ୍କ ପକ୍ଷରୁ ଗଜପତି ଭଳି ଏକ ଆଦିବାସୀ ଅଧ୍ଯୁଷିତ ଜିଲ୍ଲାର ଦାୟିତ୍ଵବାନ ଏବଂ ଜଣେ ଆଗ ଧାଡିର ମନ୍ତ୍ରୀକୁ ଦାୟିତ୍ୱ ଦିଆଯାଇ ଥିବାରୁ  ବିଭିନ୍ନ ମହଲରୁ ସ୍ଵାଗତ କରାଯିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି। ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ, ବନ ପାହାଡ଼ ଘେରା, ପ୍ରାକୃତିକ ସମ୍ପଦରେ ଭରପୁର ସବୁଜ ଜିଲ୍ଲା ଅଟେ । ଏଠାରେ ସଠିକ୍ ଭାବେ ଯୋଜନା ପ୍ରସ୍ତୁତ କରାଯାଇ ତାହା କାର୍ଯ୍ୟକ୍ଷମ ହେବ ଜିଲ୍ଲାବାସୀ ଉପକୃତ ହେବା ସହ ଜିଲ୍ଲା ରାଜ୍ୟ ପାଇଁ ଏକ ନମ୍ବର ଜିଲ୍ଲା ଭାବେ ପରିଗଣିତ ହୋଇପାରିବ. ଏହି ଜିଲ୍ଲାରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି  ଗଣ୍ଡାହାତୀ ପର୍ବତ ମାଳା, ଖସଡା ଜଳପ୍ରପାତ, ମାଙ୍କଡଡିଆଁ, ଗୁଦୁଗୁଦା, ଚନ୍ଦ୍ରଗିରି ସ୍ଥିତ ବୌଦ୍ଧ ମନ୍ଦିର, ହରଭାଙ୍ଗି ଡ୍ୟାମ ଆଦି ଅନେକ ପର୍ଯ୍ୟଟନ ସ୍ଥଳ ରହିଛି। ଏହି ସ୍ଥଳ ଗୁଡିକ ଯଦି ସଠିକ୍ ଯୋଜନା ପ୍ରଣୟନ କରାଯାଏ ଏହାର ଉନ୍ନତି ସାଧନା ହୋଇପାରନ୍ତା ଜିଲ୍ଲାବାସୀ ଉପକୃତ ହେବା ସହ ଗଜପତି ଜିଲ୍ଲା ଓଡ଼ିଶାରେ ଏକ ନମ୍ବର ଜିଲ୍ଲା ଭାବେ ପରିଗଣିତ ହେବ.  ପାରଳାଖେମୁଣ୍ଡି ସହର ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ଯାହାକି ରାଜ୍ୟର ଏକ ପୁରାତନ ଏବଂ ଐତିହାସିକ ସହର. ଏଠାରେ ବୃନ୍ଦାବନ ପ୍ୟାଲେସ, ପାରଳା ରାଜନହର, ଗଜପତି କଲେଜ ଆଦି ଅନେକ ସ୍ଥାନ ରହିଛି ଯାହାର ଆହୁରି ଅନେକ ଉନ୍ନତି ପାଇଁ ବାରମ୍ବାର ଦାବି ହୋଇଆସୁଛି। ମନ୍ତ୍ରୀ ଶ୍ରୀହରିଚନ୍ଦନ ରାଜ୍ୟର ଜଣେ ପ୍ରମୁଖ ମନ୍ତ୍ରୀ ହୋଇଥିବାରୁ ଏବଂ ସେ ଜଣେ ଦୂର ଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଭାବେ ଜଣାଶୁଣା ହୋଇଥିବାରୁ ବାରୁ ତାଙ୍କୁ ଏହି ଜିଲ୍ଲାର ଉନ୍ନୟନ ଯୋଜନା ଦାୟିତ୍ଵ ଦିଆଯାଇଥିବା ଜିଲ୍ଲାବାସୀ  ବେଶ ଆଶାବାଦୀ ରହିଛନ୍ତି। ସରକାର ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ଦେଇଥିବାରୁ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପ ପସଭାପତି କେ.ନାରାୟଣ ରାଓ, ଜିଲ୍ଲା ବିଜେପି ସଭାପତି ନବ କିଶୋର ଶବର, ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ପ୍ରସାଦ ମହାପାତ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାଧୁବାଦ ଜଣାଇବା ସହ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ସ୍ୱାଗତ ଜଣାଇ ଅଭିନନ୍ଦନ ଜ୍ଞାପନ ଜଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ