ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଓକିଲ ସଂଘର ବିକ୍ଷୋଭ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ବାଲେଶ୍ଵର ଓକିଲ ସଂଘର ବରିଷ୍ଠ ସଦସ୍ୟ ପୁରୁଷୋତ୍ତମ ଦାସ ଙ୍କୁ ଜଣେ ପ୍ରୋବେସନ ଆଇଏଏସ ଅଫିସରଙ୍କ ଧମକପୂର୍ଣ୍ଣ ଦୁର୍ବ୍ୟବହାର ଏବଂ ସହଦେବଖୁଣ୍ଟା ପୋଲିସ ଥାନାର ଆଇଆଇସିଙ୍କ ବେଆଇନ ତଥା ଔଦ୍ଧତ୍ଯପୂର୍ଣ୍ଣ କାର୍ଯ୍ଯକଳାପ ପ୍ରତିବାଦରେ ଗଞ୍ଜାମ ଜିଲା ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ  ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ପରେ ରାଜ୍ୟ ମୂଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।ଏଥିରେ ସଂଘର ସଭାପତି ହୃଦୟ ମେକାପଙ୍କ ସମେତ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ନାରାୟଣ ସାହୁ, ଚନ୍ଦ୍ରଧ୍ବଜ ସିଂହ, ହରପ୍ରସାଦ ରଥ, ନକୁଳ ପ୍ରଧାନ, ସିମାଞ୍ଚଳ ପ୍ରଧାନ, ସନ୍ତୋଷ କୁମାର ସାହୁ, ପ୍ରଦୀପ କୁମାର ନାୟକ, ହେମନ୍ତ କୁମାର ପାଣିଗ୍ରାହୀ, ପରେଶ ଚନ୍ଦ୍ର ରଥ, ରାଜେନ୍ଦ୍ର କୁମାର ତ୍ରିପାଠୀ, ଟୁକୁନା ପ୍ରଧାନ, ରବିଚନ୍ଦ୍ର ଗୌଡ, ପ୍ରମୋଦ କୁମାର ପାଣିଗ୍ରାହୀ ପ୍ରମୁଖ ବହୁ ଆଇନଜୀବୀ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ