ଶ୍ରାଦ୍ଧ ଦିବସରେ ରୋଗୀଙ୍କୁ ଫଳ ମୂଳ ପାଉଁରୁଟି ବଣ୍ଟନ କଲେ ଆଇନଜୀବୀ

ବେତନଟୀ ( ଉଦିତ କୁମାର ପରିଡା ) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳର ଆଇନଜୀବୀ ସଂହିତା ଦାସ ନିଜ ମାତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ମଙ୍ଗଳବାର ବେତନଟୀ ଡାକ୍ତରଖାନାରେ ରୋଗୀମାନଙ୍କୁ ପାଉଁରୁଟି ଓ ଫଳମୁଳ ବଣ୍ଟନ କରିଥିଲେ। ସଂହିତା ନିଜ ମାତା ସ୍ବର୍ଗତ ଲକ୍ଷ୍ମୀ ଦାସଙ୍କ  ଶ୍ରାଦ୍ଧ ବାର୍ଷିକୀରେ ପ୍ରତିବର୍ଷ କିଛି ନା କିଛି ସାମାଜିକ କାର୍ଯ୍ୟକ୍ରମ କରିଥାନ୍ତି। ଏଣୁ ଏବର୍ଷ କିଛି ସମାଜସେବୀଙ୍କ ସହିତ ବେତନଟୀ ଡାକ୍ତରଖାନା ଯାଇ ରୋଗୀଙ୍କୁ ଫଳମୂଳ ବଣ୍ଟନ କରିଥିଲେ। ବଣ୍ଟନ ସମୟରେ ସ୍ୱାମୀ ଗଣେଶ୍ୱର ବିନ୍ଧାଣି, ଡାକ୍ତର ପୂର୍ଣ୍ଣିମା କର, କର୍ମଚାରୀ ବିଶ୍ୱମ୍ବର, ଆଇନଜୀବୀ ପ୍ରବୀର ବାରିକ, ସାମ୍ବାଦିକ ଉଦିତ କୁମାର ପରିଡା, ସାମ୍ବାଦିକ ଲାଲମୋହନ ନାଏକ, ରୁନା ଦାସ, ମନୋଜ ପଣ୍ଡା, ରବୀନ୍ଦ୍ର କୁମାର ସାହୁ ସମେତ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ