ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଶୁଭାରମ୍ଭ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରେ ୪ ଦିନବ୍ୟାପୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଫାଲଗୁନ ଶୁକ୍ଳପକ୍ଷ ଷଷ୍ଠୀ ତିଥି ସୋମବାର ଠାରୁ ଶୁଭାରମ୍ଭ ହୋଇଛି। ପୂର୍ବାହ୍ନରେ ବହୁସଂଖ୍ୟକ ଶ୍ରଦ୍ଧାଳୁ ସ୍ଥାନୀୟ ପୋଖରୀ ରେ ପହଞ୍ଚି ଗଙ୍ଗା ଆବାହନ ଦୀକ୍ଷାଭିଶେକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ପରେ ପୂର୍ଣ୍ଣକଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ମନ୍ଦିର ମହାଯଜ୍ଞ ସ୍ଥଳରେ ପହଞ୍ଚିଥିଲା।ବିଜୟ ପଦ୍ମନାଭପୁର ଲାଡ଼ି ଗାଁ ର ମୁଖ୍ୟ ପୁରୋହିତ ପ୍ରସନ୍ନ ଦାସ ଶର୍ମା ଙ୍କ ପୌରୋହିତ୍ୟରେ କର୍ତ୍ତା ଭାବେ ଡ଼ା.ଏମ.ନାଗେଶ୍ଵର ଓ ତାଙ୍କ ସହଧର୍ମିଣୀ ଏମ.ଚନ୍ଦ୍ରକଳା ଉପସ୍ଥିତ ରହି ବନଯୋଗ ଓ ଅଙ୍କୁରାରୋପଣ କାର୍ଯ୍ୟ ସମାହିତ କରିଥିଲେ।ମଙ୍ଗଳବାର ମହାଯଜ୍ଞ ସ୍ଥଳରେ ବ୍ରାହ୍ମଣବରଣ, ଶାଲା ସଂସ୍କାର ପରେ ବୈଷ୍ଣବ ଅଗ୍ନି ସ୍ଥାପନ କରାଯାଇ ୧୬ ପ୍ରହର ନାମ ସଙ୍କୀର୍ତ୍ତନ ସହ ମନ୍ଦିର ପ୍ରତିଷ୍ଠା କର୍ମାରମ୍ଭ ଓ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଫାଲଗୁନ ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାର ଉଦଯାପନ ସହ ମହାଯଜ୍ଞ ର ପୂର୍ଣ୍ଣାହୁତି ହେବ ବୋଲି ଜଣାପଡିଛି।


