ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସରକାରୀ ଚିକିତ୍ସକଙ୍କ ବାସଗୃହ ନିର୍ମାଣ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ

ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସରକାରୀ ଚିକିତ୍ସକଙ୍କ ବାସଗୃହ ନିର୍ମାଣ କାର୍ଯ୍ୟର ଶୁଭ ଭିତିପ୍ରସ୍ତର ସ୍ଥାପନ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ଗୁରୁବାର କରାଯାଇଛି। ଓଡିଶା ସରକାରଙ୍କ ପୂର୍ତ ବିଭାଗର ରାସ୍ତା ଓ ଗୃହ ନିର୍ମାଣ ବିଭାଜନ ଜଗତସିଂହପୁର ପକ୍ଷରୁ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହିତ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ,ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଜନ ସହକାରୀ ଯନ୍ତ୍ରୀ ବଳରାମ ସ୍ୱାଇଁ, ଅଲଣା ପଂଚାୟତର ପୂର୍ବତନ ସରପଂଚ ସୁଶାନ୍ତ ମଲ୍ଲିକ, ବିଜେପି ମଣ୍ଡଳ ପ୍ରତିନିଧି ବିଷ୍ଣୁ ବେହେରା, ପୂର୍ବତନ ସମିତି ସଭ୍ୟ ପ୍ରର୍ଶୁରାମ ଜେନା, ଛାତ୍ରନେତା ବିକାଶ ସ୍ୱାଇଁ, ତୁଷାର ସ୍ୱାଇଁ, ପୂବର୍ତନ ସରଂପଚ ଧନେଶ୍ୱର ନାୟକ, ବିସ୍ମୟାନନ୍ଦ ସ୍ୱାଇଁ, ତାପସ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବାସଗୃହର ନିର୍ମାଣ ପାଇଁ ପୂର୍ତ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ୧ କୋଟି ୯୦ଲକ୍ଷ ୧୪ ହଜାର ବ୍ୟୟ ବରାଦ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ