ଓଏଏସ ପାଇଥିବା ଜ୍ୟୋତିର୍ମୟୀ ଙ୍କୁ ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ‘ ଦିବ୍ୟାଲୋକ ସନ୍ଧାନେ ” ତରଫରୁ ସମ୍ବର୍ଦ୍ଧନା
କଟକ,(ଓ୍ବାଇଏନଏସ) :ତେଲେଙ୍ଗାପେଣ୍ଠ ଅଞ୍ଚଳ ରେ ପ୍ରଥମ କରି ଓ ଏ ଏସ ପରୀକ୍ଷା ରେ ଛଅସ୍ତରୀ rank ରେ ରହି କୃତକାର୍ଯ୍ୟ ହୋଇଥିବା ସି ଏମ ସି 58 ନମ୍ବର ୱାର୍ଡ ଅନ୍ତର୍ଗତ ନୂଆଗଡ ଗ୍ରାମ ର ମନୋରଞ୍ଜନ ସାହୁ ଏବଂ ଅନସୂୟା ସାହୁ ଙ୍କ ଜ୍ୟୋଷ୍ଠl କନ୍ୟା ଜ୍ୟୋତିର୍ମୟୀ ସାହୁ ଙ୍କୁ ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ” ଦିବ୍ୟାଲୋକ ସନ୍ଧlନେ ” ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ପତ୍ରିକାର ମୁଖ୍ୟ ସମ୍ପାଦକ ଡଃ ଶରତ କୁମାର ରଥଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଆଧ୍ୟାତ୍ମିକ ସ୍ତମ୍ଭକାର ତଥା ପ୍ରବକ୍ତା ଶ୍ରୀସନ୍ନ୍ୟାସୀ ଜୀ,କଟକ ସଦର ଥାନାଞ୍ଚଳ ଶାନ୍ତି କମିଟି ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର, ସାମ୍ବାଦିକ ପ୍ରତାପ କେଶରୀ ପାତ୍ର,କାନନବିହାରୀ ନାୟକ, ରାଜକିଶୋର ବେହେରା, ଡାକ୍ତର ଅରବିନ୍ଦ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଜ୍ୟୋତିର୍ମୟୀ ଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଶ୍ରୀମନ୍ଦିର ନେତ ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ଚାକିରୀ ଜୀବନରେ କର୍ମ ଅପେକ୍ଷା କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦେଇ ଦୁର୍ନୀତି ଠାରୁ ଦୂରରେ ରହି ଅଞ୍ଚଳ ର ନାଁ ରଖିବା ପାଇଁ ପାଇଁ ପରାମର୍ଶ ଦେଇଥିଲେ l ସମ୍ବର୍ଦ୍ଧନା ର ଉତ୍ତର ରେ ଜ୍ୟୋତିର୍ମୟୀ ସଫଳତା ର ଶ୍ରେୟ ପିତାମାତା, ଶିକ୍ଷକ ଓ ଗୁରୁଜନ ଙ୍କୁ ଦେବା ସହିତ ଚାକିରୀ ଜୀବନରେ ସାଧୁ ଓ ସଚ୍ଚୋଟତା ର ସହ କାମ କରିବା ପାଇଁ ଚେଷ୍ଟା କରିବି ବୋଲି ମତ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶ୍ରୀକାନ୍ତ ରାଉତରାୟ, ଶିକ୍ଷକ ଲଷ୍ମୀଧର ନାୟକ, ଅଭୟ କୁମାର ଜେନା, ନାରାୟଣ ପ୍ରସାଦ ଜେନା, ପ୍ରଫୁଲ୍ଲକୁମାର ପରିଡା, ପ୍ରମୋଦ କୁମାର ସାହୁ, ସସ୍ମିତା ସାହୁ, ଆଲୋକ ସାହୁ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ କୁ ସାମ୍ବାଦିକ ବିଭୁତି ତରାଇ ଏବଂ ପତ୍ରିକା ପରିଚାଳନା ସମ୍ପାଦକ ଇଂ ବିପ୍ଳବ ଦାସ ପରିଚାଳନା କରିଥିଲେ l ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟ ସମ୍ପାଦକ ଡଃ ରଥ ସଇନ୍ଧା ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ଥିବା ବେଳେ ଜ୍ୟୋତିର୍ମୟୀ 2013 ବ୍ୟାଚ ର ମାଟ୍ରିକ ଛାତ୍ରୀ ଥିଲେ l ସେଥିପାଇଁ ପ୍ରାରମ୍ଭରେ ଡଃ ରଥ ନିଜ ହାତରେ ଜ୍ୟୋତିର୍ମୟୀ ଙ୍କୁ ମିଠା ଖୁଆଇ ନିଜ ଖୁସି କୁ ବ୍ୟକ୍ତ କରିଥିଲେ l ସେ ଓ ଏ ଏସ ପାଇଥିବା ଖବର ପ୍ରଚାରିତ ହୋଇଯିବା ପରେ ସ୍ଥାନୀୟ ଅଂଚଳରେ ଖୁସି ର ଲହରୀ ଖେଳିଯାଇଛି l ଓ ଏ ଏସ ପରୀକ୍ଷା ପରି ଅନ୍ୟ ପ୍ରଶାସନିକ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଅନ୍ୟ ଆଶାୟୀ ମାନଙ୍କ ନିମନ୍ତେ ଜ୍ୟୋତିର୍ମୟୀ ଙ୍କ ସଫଳତା ପ୍ରେରଣା ପାଲଟିଥିବାର ଜଣା ପଡିଛି l