ଭୀଷ୍ମଗିରି କଲେଜ ଇଁରାଜୀ ବିଭାଗ ପକ୍ଷରୁ ପାଠଚକ୍ର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  : ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜ ଇଁରାଜୀ ବିଭାଗ ପକ୍ଷରୁ   “ଇଁରାଜୀରେ ଯୋଗାଯୋଗମୂଳକ ଦକ୍ଷତାର ଆବଶ୍ୟକତା ” ଶୀର୍ଷକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପାଠଚକ୍ର ରେ ମୁଖ୍ୟଅତିଥି ଭାବେ ରାମଜୀ କଲେଜର ପୂର୍ବତନ ଅଧ୍ୟକ୍ଷ  ବସନ୍ତ କୁମାର ସାମନ୍ତ,  ମୁଖ୍ୟବକ୍ତା ଭାବେ ସାମନ୍ତିଆପଲ୍ଲୀ ଗ୍ରାମସ୍ଥିତ ଭରତପତି କଲେଜ ର ଅଧ୍ୟକ୍ଷ  ଗିରୀଶ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜ ଇଁରାଜୀ ବିଭାଗ ଅଧ୍ୟାପକ ଆନନ୍ଦ କୁମାର ସେଠୀ, ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ନାତକୋତ୍ତର ଶିକ୍ଷକ  କୁନା ବିବର ପ୍ରମୁଖ ଯୋଗଦେଇଥିଲେ। ସ୍ନାତକୋତ୍ତର ଶିକ୍ଷୟିତ୍ରୀ  ସ୍ନିଗ୍ଧାମୟୀ ଶତପଥୀ ମଞ୍ଚାସିନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।ପ୍ରଥମ ପର୍ଯ୍ୟାୟରେ ଛାତ୍ରୀ ସାଗରିକା ବେହେରା, ପ୍ରିୟଙ୍କା ନାୟକ ସ୍ବରଚିତ ସନ୍ଦର୍ଭ ପାଠ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ମଞ୍ଚାସିନ ଅତିଥିବୃନ୍ଦ ନିଜ ନିଜ ବକ୍ତବ୍ୟରେ ବିଶ୍ବସହ ଯୋଗାଯୋଗରେ  ଇଁରାଜୀ ଭାଷାର‌ ଗୁରୁତ୍ଵ ସମ୍ପର୍କରେ ‌ସମ୍ଯକ୍ ଆଲୋଚନା କରିବା ସହ ଇଁରାଜୀ ଭାଷା କଠିନ ନୁହେଁ ଏହା ପରସ୍ପର ଯୋଗାଯୋଗ ମାଧ୍ୟମରେ ସରଳ ହୋଇପାରିବ ବୋଲି  ମତପ୍ରକାଶ କରିଥିଲେ। ଶେଷରେ ଅଧ୍ୟାପକ ରଞ୍ଜନ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ