ଶ୍ରମିକ ଦିବସ ପାଳନ ଅବସରରେ ଆଇନ ସଚେତନତା ଓ ହିତାଧିକାରୀଙ୍କୁ ସହାୟତା
କଟକ (ଓ୍ବାଇଏନଏସ): ଜିଲ୍ଲା ଆଇନ ସେବା ପ୍ରାଧୁକରଣ, କଟକ ଆନୁକୂଲ୍ୟରେ, ଅନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୫ ସାରଳା ଭବନରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ସମାଜ ପ୍ରତି ଶ୍ରମିକମାନଙ୍କର ଅବଦାନ ଏବଂ ବଳିଦାନକୁ ସ୍ମରଣ କରି ଓଡିଶା ନ୍ୟାୟାଳୟର ବରିଷ୍ଠ ବିଚାର ପତି ତଥା ରାଜ୍ୟ ଆଇନ ଇନ ସେବା ପ୍ରାକରଣର କାର୍ଯ୍ୟନିବାହୀ ଅଧକ୍ଷ ମାନ୍ୟବର ଶ୍ରୀଯୁକ୍ତ ସଙ୍ଗମ୍ କୁମାର ସାହୁ ଯୋଗ ଦେଇ ଶ୍ରମିକଙ୍କ ଅଧିକାର ପାଇଁ ଏକତା, ସାମାଜିକ ନ୍ୟାୟ ସେମାନଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ସେମ ସମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା, ସେମାନେ କିପରି ଭଲ ପରିବେଶରେ ର କାମ କରିବେ, ଭଲରେ ରହିବେ, ସେମାନଙ୍କର ପିଲାମାନେ କିପରି ଭଲରେ ପଢିବେ, ସେମାନଙ୍କର ସାସ୍ଥ୍ୟ ଅବସ୍ଥା କିପରି ଭଲ ରହିବ, ଏ ସବୁ ପ୍ରତି ଦୃଷ୍ଟି ଦେବ ବା ସହିତ ସେମାନଙ୍କୁ କିପରି ଉପଯୁକ୍ତ ନ୍ୟାୟିକ ସହାୟତା ଯୋଗାଇ ଦେବା ଏବଂ ଅଣସଂଗଠିତ ଶ୍ରମିକଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗକୁ ସେମାନଙ୍କ ନିକଟରେ ସୁନିଶ୍ଚିତ କରାଇବା ଉପରେ ଗୁରୁତ୍ବାରୋପ ପ୍ରଦାନ କରିଥିଲେ । ଏହି ଶ୍ରମିକ ଦିବସ ଅବସରରେ ୧୫ ଜଣଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି, ୫ ଜଣଙ୍କୁ ମାତୃତ୍ଵ ସହାୟତା ରାଶି, ୧୦ ଜଣଙ୍କୁ ଶିକ୍ଷା ସହାୟତା ରାଶି, ୨୦ ଜଣଙ୍କୁ ବିବାହ ପ୍ରୋତ୍ସାହନ ସହାୟତା ରାଶି, ୧୫ ଜଣଙ୍କୁ ଶବଦାହ ସଂସ୍କାର ସହାୟତା ରାଶି ଓ ୫୫ ଜଣ ଶ୍ରମିକଙ୍କୁ ଶ୍ରମିକ ପଞ୍ଜିକରଣ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଆଇନ ସେବା ପ୍ରାକରଣର ସଦସ୍ୟ ସଚିବ ଶ୍ରୀଯୁକ୍ତ ସୁଦୀପ୍ତ ଆଚାର୍ଯ୍ୟ ସାଗତ ଭାଷଣ ପ୍ରଦାନ କରିଥିଲେ ଓ କଟକ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧୁକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶୀତିକଣ୍ଠ ସାମଲ ଧନ୍ୟବାଦ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ଉପସ୍ଥିତ ରହି ଶ୍ରମିକମାନଙ୍କର ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଆଇନ ସେବା ପ୍ରାକରଣର ଉପ ସଚିବ, ସହ ସଚିବ, ଜିଲ୍ଲା ଆଇନ ସେବା ପ୍ରାକରଣର ସଚିବ ଓ କଟକ ଜିଲ୍ଲା ବିଚାର ବିଭାଗୀୟ ଅଧିକାରୀ ବୃନ୍ଦ, କଟକ ଜିଲ୍ଲାର ଅନ୍ୟାନ୍ୟ ଅଧୁକାରୀ ବୃନ୍ଦ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଓ ଜିଲ୍ଲା ଆଇନ ସେବା ପ୍ରାଧୁକରଣର କର୍ମଚାରୀ ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସଫଳ ପରିଚାଳନା କରିବାରେ ସହାୟତା କରିଥିଲେ ।


