ଆଇନ ସଚେତନତା ଶିବିର
ବୈପାରିଗୁଡା ( ବିକ୍ରାନ୍ତ କୁମାର ବେବର୍ତ୍ତା ): ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଆନୁକୂଲ୍ୟରେ ଶ୍ରୀ ପ୍ରଦୀପ କୁମାର ମହନ୍ତ ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଆଜି ବୈପାରିଗୁଡା ବ୍ଲକ ସଭାଗୃହ ଠାରେ କର୍ମ କ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା ଆଇନ ସଂକ୍ରାନୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜାତା ଯୋଗଦେଇଥିଲେ। ଅନ୍ୟ ଅତିଥି ଭାବରେ ଡଃ.ବି.ଗାୟତ୍ରୀ ଦେବୀ ସ୍ପେସିଆଲ ପିପି ସ୍ବତନ୍ତ୍ର କୋର୍ଟ ପୋକ୍ସ ଜୟପୁର, ଶ୍ରୀମତି ସବିତା ବ୍ରହ୍ମା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବୈପାରିଗୁଡା, ଶ୍ରୀମତୀ ପୂର୍ଣ୍ଣିମା ବାରିକ, ବ୍ଲକ୍ ଉପାଧ୍ୟକ୍ଷା ବୈପାରିଗୁଡା,ଗ୍ରାମ ପଂଚାୟତ ବିକାଶ ଅଫିସର ମିଲୁ ପ୍ରଧାନୀ,ସହକାରୀ ଯନ୍ତ୍ରୀ ଲୋମ୍ବଦର ନାୟକ,ପ୍ରମୁଖ ମଞ୍ଚସିନ ହୋଇଥିଲେ କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ କର୍ମଚାରୀ ଙ୍କ ସହ ଆଶା ଅଙ୍ଗନୱାଡି କର୍ମୀ,, ଏମଵିକେ ଉପସ୍ଥିତ ରହିଥିଲେ l ମୁଖ୍ୟଅତିଥି କର୍ମ କ୍ଷେତ୍ର ରେ ମହିଳା ମାନଙ୍କ ପାଇଁ ସୁରକ୍ଷା ପାଇଁ ପ୍ରତ୍ୟେକ କାର୍ଯ୍ୟାଳୟ ଆଇସିସି କମିଟି ଗଠନ କରିବା ସହ ଅଫିସ ର ସମ୍ମୁଖରେ ଲଗାଇବା ପାଇଁ କହିଥିଲl ଏହା ସହ ଡ଼. ଗାୟତ୍ରୀ ଦେବି କାର୍ଯ୍ୟାଳୟ ପରିସର ରେ ମହିଳା ମାନେ ଶୋଷଣ ରୁ ମୁକ୍ତ ପାଇଁ ଏହି ପୋଷ ଆଇନ ରହିଛି l ଏବଂ ପୋଷ ଆଇନ କଣ ଏହା କିପରି କାର୍ଯ୍ୟ କରେ ସମସ୍ତ ବିଷୟରେ ଆଲଚନା କରିଥିଲେ l ଏହା ସହ ଏସସି, ଏସଟି ଆଇନ କଣ ଏହା କିପରି କାର୍ଯ୍ୟ କରେ ସେ ସମ୍ପର୍କ ରେ ମଧ୍ୟ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସହକାରୀ ଯନ୍ତ୍ରୀ ଆଗାମୀ ଦିନରେ ବୈପାରୀଗୁଡା ବ୍ଲକ ଠାରେ ପୋଷ ଆଇନ କାର୍ଯ୍ୟକରି କରିବା ପାଇଁ କମିଟି ଗଠନ ସହ ସମସ୍ତ କର୍ମଚାରୀ ଙ୍କୁ ଆଇନ ସମ୍ବନ୍ଧ ରେ ସଚେତନ କରାଯିବ ବୋଲି ମତ ଦେଇ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l କାର୍ଯ୍ୟକ୍ରମ ଟି କୁ ଆଇନ ସେବା ପ୍ରାଧିକରଣ ର କର୍ମକର୍ତା ଦେବେନ୍ଦ୍ର କଂହର, ସୁବାସ ଦୁରୁଆ, ରାଜେଶ୍ୱର ମହୁରିଆ ପରିଚାଳନା ସହ ସହଯୋଗ କରିଥିଲେ l